Latest Odisha News

BREAKING NEWS

ଟିଏମସିରେ ଯୋଗ ଦେଲେ ଟେନିସ୍ ଷ୍ଟାର୍‌ ଲିଆଣ୍ଡର୍‌ ପେସ୍

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କଲେ ପୂର୍ବତନ ଭାରତୀୟ ଟେନିସ୍ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍। ସେ ଟିଏମସି ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍ ଚାମ୍ପିଅନ୍ ଲିଆଣ୍ଡର୍ ପେସ୍‌ ଗୋଆରେ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ ଏହି ଘୋଷଣା କରି କହିଛନ୍ତି ଯେ ଲିଆଣ୍ଡର ପେସ୍ ତାଙ୍କ ସାନଭାଇଙ୍କ ପରି।

ମମତା ବାନାର୍ଜୀ କହିଛନ୍ତି, “ଲିଆଣ୍ଡର ପେସ୍ ଟିଏମସିରେ ଯୋଗ ଦେଉଥିବାର ସୂଚନା ଦେଇ ଖୁସି। ମୁଁ ବହୁତ ଖୁସି ସେ ମୋର ସାନ ଭାଇ। ମୁଁ ତାଙ୍କୁ ବହୁତ ସମୟରୁ ଜାଣିଛି ଏବଂ ସେତେବେଳେ ସେ ବହୁତ ଛୋଟ ଥିଲେ।”

କିଛି ସମୟ ପୂର୍ବରୁ ଗୋଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ତଥା କାର୍ଯ୍ୟକର୍ତ୍ତା ନଫିସା ଅଲ୍ଲୀ ମଧ୍ୟ ଟିଏମ୍‌ସିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.