ବ୍ରହ୍ମପୁର: ମ୍ୟାଚ ବେଳେ ଅଭାବନୀୟ ଘଟଣା ।ଶନିବାର ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ବେଳେ ଉତ୍ତେଜନା । ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ସୂଚନାଥାଉକି,ଭଞ୍ଜନଗର ଟିମ୍ ଏବଂ ବ୍ରହ୍ମପୁରକୁ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଟିମ୍କୁ ହରାଇ ଭଞ୍ଜନଗର ବିଜୟ ହୋଇଥିଲା। ଏହାପରେ ଭଞ୍ଜନଗର ଟିମ୍ ବିଜୟ ଉତ୍ସବ ପାଳିବା ବେଳେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଏହାପରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଖେଳାଳିଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି ।