Latest Odisha News

BREAKING NEWS

ପ୍ରଭା ପାଇଁ ରାଉରକେଲାରେ ଅଟକିଲା ୫୦ରୁ ଉର୍ଦ୍ଧ୍ବ ବସ୍

ରାଉରକେଲା: ରାଉରକେଲାରେ ଅଟକିଛି ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍ । ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ଅଭିଯୋଗ। ଏହି ଘଟଣାକୁ କେନ୍ଦ୍ର କରି ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଚାଲୁଥିବା ନାଇଟ୍‌କୋଚ୍‌ ବସ୍‌ ଚଳାଚଳକୁ ବନ୍ଦ ରଖାଯାଇଛି।

ଅଭିଯୋଗ ମୁତାବକ ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା ଓ ଏହାର କମିଶନକୁ ନେଇ କିଛି ଦିନ ହେଲା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଏବଂ ବସ ମାଲିକଙ୍କ ମଧ୍ୟରେ ମାନମାଳିନ୍ୟ ଲାଗି ରହିଥିଲା। ଏହା ଫଳ ସ୍ୱରୁପ ଶୁକ୍ରବାର ରାତିରେ ‘ପ୍ରଭା’ ବସର ଚାଳକଙ୍କ ଉପରେ ମାଡ ହୋଇଥିବା ଅଭିଯୋଗ ହୋଇଛି। ଯହା ଫଳରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର କୋଣ ଅନୁକୋଣକୁ ଯାଉଥିବା ନାଇଟ୍‌କୋଚ୍‌ ବସ ଗୁଡ଼ିକ ଅଟକ ରଖାଯାଇଥିବା ଜଣାପଡିଛି।

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବସ ଡ୍ରାଇଭର ଓ କେତେକ ମାଲିକ ଅଡି ବସିଛନ୍ତି। ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ବସ ଷ୍ଟାଣ୍ଡରେ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଏଯାଏଁ କିଛି ଫଳ ମିଳିନାହିଁ।

ସେପଟେ ଏବେ ବସ୍‌ଷ୍ଟାଣ୍ଡରେ ୫୦ରୁ ଅଧିକ ବସ୍‌ ଅଟକି ରହିଛି। ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.