Latest Odisha News

BREAKING NEWS

ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା

ଯାଜପୁର:ଯାଜପୁର  ଜିଲ୍ଲାରେ ଇଭିଏମ୍  ଟେନସନ ଥମିବାର ନା ନେଉନି । ବଡଚଣା ଅଞ୍ଚଳର ଇଭିଏମ୍ ମେସିନ ଯାଜପୁର ଟାଉନ ଯିବା ବେଳେ ଯାରକା ନିକଟରେ ଏକ ହୋଟେଲ ପାଖରେ ଅଟକିଥିଲା ଇଭିଏମ୍ ଗାଡି । ତେବେ ଏହାକୁ ନେଇ ସନ୍ଦେହ କରିବା ସହ ପୋଲିଂ ଅଧିକାରୀଙ୍କୁ ଘେରିଥିଲେ ବିଜେପି କର୍ମୀ । ବିଜେପି କର୍ମୀ ଓ ସେମାନଙ୍କର ସମର୍ଥକ ମାନେ ପୋଲିଂ ଅଧିକାରୀଙ୍କୁ ପଚାରାଉଚରା କରିଥିଲେ।

କିନ୍ତୁ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେମାନେ ସନ୍ଦେହ କରି ଗାଡିକୁ ଅଟକ ରଖିଥିଲେ । ପରେ ଖବର ପାଇଁ ଘଟଶାସ୍ଥଳରେ ପୋଲିସ ପହଁଞ୍ଚିଥିଲା । ଏବଂ ସକାଳେ ଯାଜପୁର ଜିଲ୍ଲାପାଳ ଏବଂ ଏସପି ସେଠାରେ ପହଁଞ୍ଚି ସେମାନଙ୍କୁ ବୁଝାସୁଜା କଲା ପରେ ଗାଡିଗୁଡିକ ଛଡା ହୋଇଥିଲା । ପରେ ପୋଲିସ ସୁରକ୍ଷାରେ ଯାଜପୁର ଟାଉନକୁ ଯାଇଛି ଇଭିଏମ୍ ।

ସେହିପରି ଗତକାଲି ଇଭିଏମ୍‌ ବଦଳ ସନ୍ଦେହରେ ରାତି ପ୍ରାୟ ୮ଟା ସମୟରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ, କାଲି ଭୋଟିଂ ପରେ କିଛି ଇଭିଏମକୁ  ଧର୍ମଶାଳା ବ୍ଲକ ଅଫିସକୁ ନିଆଯାଇଥିଲା । ତେବେ ଇଭିଏମ୍ କୁ ଷ୍ଟ୍ରଙ୍ଗ ରୁମ୍ କୁ କାହିଁକି ନିଆଗଲାନି ବୋଲି ତାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ହିମାଂଶୁଙ୍କ ସମର୍ଥକମାନେ ।

ବ୍ଲକ ଆଗରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିଲା  କି ଏହା ଭୋଟରେ ବ୍ୟବହାର ହୋଇଥିବା ଇଭିଏମ ନୁହଁ  । ଏହା ରିଜର୍ଭ ଇଭିଏମ୍‌ କହିଥିଲେ ଜିଲ୍ଲା ପ୍ରଶାସକ । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛିବୋଲି ସୁଚନା ରହିଛି ।

Comments are closed.