Latest Odisha News

BREAKING NEWS

‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ, ଫ୍ୟାନ୍ସ କହିଲେ ଆକୁ ହିଁ କୁହନ୍ତି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ବର୍ତ୍ତମାନ ମା’ ହେବାର ଜର୍ଣ୍ଣିକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି । ଏହା ଭିତରେ ଫ୍ୟାନ୍ସ ମାନେ ସେ କେବେ ଅନସ୍କ୍ରିନକୁ କମ୍ ବ୍ୟାକ କରିବେ ସେନେଇ ପଚାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ତାଙ୍କର ମସ୍ତ ମସ୍ତ ଅନ୍ଦାଜ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, ଫିଲ୍ମରେ ରଣଦୀପ ହୁଡ୍ଡା ତାଙ୍କ ସହ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଭାଇରାଲ ହେବାରେ ଲାଗିଛି କାରଣ ଇଲିଆନାଙ୍କ ଭିନ୍ନ ଅନ୍ଦାଜ ଏବଂ ରଣଦୀପ ହୁଡ୍ଡାଙ୍କ ହରିୟାଣୀ ଲୁକ୍ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ହୋଇଛି ।
‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲରରେ ତ୍ବଚା ର ରଙ୍ଗ ଏବଂ ଯୌତୁକ ପ୍ରଥା ବିଷୟରେ ଦେଖିଆଯାଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ବଲୱିନ୍ଦର ସିଂ ଜାଞ୍ଜୁଆ । ଏହି ଫିଲ୍ମରେ ଇଲିଆନା ଡି’କ୍ରୁଜ, ରଣଦୀପ ହୁଡ୍ଡା ଏବଂ କରଣ କୁନ୍ଦ୍ରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଯାହାର ଟ୍ରେଲର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି ।

ଟ୍ରେଲରରେ ଜଣେ ଯୁବତୀଙ୍କ କାହାଣୀ ଦେଖିବାକୁ ମିଳୁଛି, ଯିଏ ବିବାହ ପାଇଁ ବର ଖୋଜିବାର ସାମାଜିକ ଚାପ ସହିତ ସଂଘର୍ଷ କରୁଛି । ଏହି ଚରିତ୍ରରେ ଇଲିଆନା ଡି’କ୍ରୁଜ୍ ନଜର ଆସିଛନ୍ତି । ଏଥିରେ ତାଙ୍କର ତ୍ବଚାର ରଙ୍ଗ ତାଙ୍କ ବିବାହରେ ପ୍ରତିବନ୍ଧକ ସାଜୁଛି । ଯାହା ସମାଜରେ ଘଟୁଥିବା କଠୋର ବାସ୍ତବତାକୁ ପ୍ରକାଶ କରିଛି ।

ଅନ୍ୟପଟେ ଫିଲ୍ମର ଟ୍ରେଲରରେ ରଣଦୀପ ହୁଡ୍ଡା ଯିଏ କି ଯୌତୁକ ଦାବି କରୁଥିବା ଲୋକଙ୍କୁ ଗିରଫ କରିବାର ଦାୟିତ୍ବରେ ରହିଛନ୍ତି । ତେବେ ଫିଲ୍ମରେ ହିରୋଇନ ଏବଂ ପୋଲିସ୍ ଭୂମିକାରେ ରଣଦୀପଙ୍କ ମଧ୍ୟରେ ପ୍ରେମ କାହାଣୀ ନଜର ଆସୁଛି । କିନ୍ତୁ ଏଥିରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଫ୍ୟାନ୍ସ ମାନେ କହିଛନ୍ତି ଯେ, ଏହା ଏକ ପ୍ରକୃତ ପାରିବାରିକ ଫିଲ୍ମ ଅଟେ । ଏହି ଫିଲ୍ମଟି ମାର୍ଚ୍ଚ ୮ ରେ ରିଲିଜ ହେବାନେଇ ସୂଚନା ରହିଛି ।

Leave A Reply

Your email address will not be published.