ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଡାକିବଜା ଗାଁରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ଘର । ଦେଖନ୍ତୁ କିଭଳି ଲାଗିଛି ନିଆଁ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ଲିଭାଇବାକୁ ସାହସ କରିପାରୁନାହାନ୍ତି ଲୋକେ । ସମସ୍ତଙ୍କ ଆଖି ଆଗରେ ଜଳିପୋଡ଼ି ଛାରଖାର ହୋଇଗଲା ଘର ।
ରାତି ପାଖାପାଖି ୯ଟାରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଡାକିବଜା ଗାଁର ୧୦ରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ଧରାକୋଟରୁ ଦମକଳ ବାହିନୀ କର୍ମଚାରୀମାନେ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ସେତେବେଳକୁ ୧୦ରୁ ଅଧିକ ଘର ସମେତ ସେଥିରେ ଥିବା ସମସ୍ତ ସାମଗ୍ରୀ ଭଶ୍ମ ହୋଇୟାଇଛି । ତେବେ ନିଆଁ କେମିତି ଲାଗିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ହଠାତ୍ ଏମିତି ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଛନ୍ତି ଗାଁର ୧୦ ପରିବାର ।
Comments are closed.