Latest Odisha News

BREAKING NEWS

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ସଫା, ୭୨ ଘଂଟାରେ ଫୈସଲା ଅନ ଦି ସ୍ପଟ

ଶ୍ରୀନଗର:ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀଙ୍କୁ ଆଜି ବହୁତ ବଡ ସଫଳତା ମିଳିଛି । ବିଜେପି ନେତାଙ୍କ ହତ୍ୟାରେ ସାମିଲ ଥିବା ହିଜୁବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ପୋଲିସ ଗୁଳିରେ ଟଳିଛନ୍ତି । ମାତ୍ର ୭୨ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଫୈସଲା ଅନ ଦି ସ୍ପଟ ହୋଇଛି । ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂ ଏହି ସୂଚନା ଦେଇଛନ୍ତି ।

ଶ୍ରୀନଗରର ରଙ୍ଗରେତ୍ ଅଂଚଳରେ ସୁରକ୍ଷାକର୍ମୀ ଓ ଅତାଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଆତ୍ମସମର୍ପଣ ପାଇଁ କହିବା ସତ୍ୱେ ସେମାନେ ଗୁଳି ଚଳାଇ ଖସିଯିବେ ବୋଲି ବସିଥିଲେ । ଫଳରେ ଏନକାଉଂଟରରେ ସୈଫୁଲ୍ଲା ସଫା ହୋଇଥିବା ବେଳେ ଆଉ ଜଣେ ଆତଙ୍କବାଦୀକୁ ଧରିବାରେ ପୋଲିସ ସଫଳତା ହାସଲ କରିଛି । ଚଳିତ ବର୍ଷ ସୈଫୁଲ୍ଲାକୁ ମୁଖ୍ୟ କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା । ରଙ୍ଗରେତରେ ଏବେ ବି ସେନା ସର୍ଚ୍ଚ ଅପେରେଶନ ଜାରି ରଖିଛି ।

Leave A Reply

Your email address will not be published.