Latest Odisha News

ପାର୍ବଣର ଖୁସି ଛଡାଇବା ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ, ମାଡି ବସିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତର ପାର୍ବଣ ସିଜନରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ଜଣ ପାକିସ୍ତାନରେ ଟ୍ରେନିଂ ନେଇ ଆସିଥିଲେ ।

ବିଭିନ୍ନ ରାଜ୍ୟରେ ଏହି ଆତଙ୍କବାଦୀମାନେ ସିରିଜ ବିସ୍ଫୋରଣ କରିବା ଲକ୍ଷ୍ୟରେ ରହିଥିଲେ ବୋଲି ଦିଲ୍ଲୀ ସ୍ପେଶାଲ ସେଲର ଅଧିକାରୀ ନୀରଜ ଠାକୁର କହିଛନ୍ତି । ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ଅବୁ ବକରାର, ଓସାମା, ଜାନ ମହମ୍ମଦ, ଜୀଶନ କମର, ମୁଲଚନ୍ଦ ଓ ଅମୀର ଜାଭେଦ । ଓସାମା ଓ ଜୀଶନ ପାକିସ୍ତାନରେ ଟ୍ରେନିଂ ନେଇଥିଲେ ।

Leave A Reply

Your email address will not be published.