Latest Odisha News

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।

ଏହାକୁ ନେଇ ଆତଙ୍କବାଦ ବିରୋଧୀ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଆତଙ୍କବାଦୀଙ୍କୁ କିପରି ସ୍ଥାନୀୟ ଲୋକଙ୍କ ସମର୍ଥନ ନେବାକୁ ରୋକାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହମ୍‌ଲା ନେଇ ସୂଚନା ମିଳିଥିବା କହିଛନ୍ତି କମିଶନର।

ତେବେ ଆକ୍ରମଣକାରୀମାନେ ସ୍ଥାନୀୟ ସମର୍ଥନ ନ ପାଇଲେ ଏଭଳି ଆକ୍ରମଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଏହି ପ୍ରକାର ଆକ୍ରମଣରେ ସ୍ଥାନୀୟ ଅପରାଧୀ, ଗ୍ୟାଙ୍ଗଷ୍ଟର ସାହାଯ୍ୟ କରିପାରନ୍ତି ବୋଲି ସେ କହିଛନ୍ତି।

ପୋଲିସ କମିଶନର କହିଛନ୍ତି, “ସାଇବର କେଫେ, ରାସାୟନିକ ଦୋକାନ, ପାର୍କିଂ ସ୍ଥାନ, କାର ଡିଲରମାନଙ୍କ ଯାଞ୍ଚ କରାଯିବା ଉଚିତ୍। ଏହାସହିତ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.