Latest Odisha News

BREAKING NEWS

ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବାରମୂଲ୍ଲାରେ ଏନକାଉଣ୍ଟର । ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ । ଘଟଣାସ୍ଥଳରେ ଯବାନ ଓ ଜାମ୍ମୁ-କାଶ୍ମୀର ପୋଲିସର ଚାଲିଛି ମିଳିତ ଅପରେସନ ।

ସୂଚନା ଅନୁସାରେ, ଗତକାଲି ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪ ଯବାନଙ୍କ ମଧ୍ୟରୁ ଆଜି ୨ ଯବାନ ସହିଦ ହୋଇଥିବା ବେଳେ ବାକି ୨ ଜଣ ଏବେବି ଗୁରୁତର ଅଛନ୍ତି ।

Comments are closed.