Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ସପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ଆଉ ତିନି ଜଣ । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ତିନି ଆହତ ଯବାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଆଜି ସକାଳ ପାଖାପାଖି ସାଢ଼େ ୭ଟା ବେଳେ ସପୋର ଅନ୍ତର୍ଗତ ମଡେଲ ଟାଉନ ନିକଟରେ ସିଆରପିଏଫ୍ ଟିମ୍ ଉପରେ ହମଲା କରିଥିଲେ ଆତଙ୍କବାଦୀ । ପାଟ୍ରୋଲିଂରେ ଯିବା ବେଳେ ହଠାତ୍ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ସ୍ଥାନୀ ଅଞ୍ଚଳକୁ ନାକାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି

ଆକ୍ରମଣ ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଗତ କିଛି ମାସ ହେବ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଚାଲିଛି । ଆତଙ୍କୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରାଯାଉଛି ।

Leave A Reply

Your email address will not be published.