ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟାରେ ପୁଲୱାମା ଓ ସୋପିଆନ୍ରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
କାଶ୍ମୀର ଜୋନ୍ ପୋଲିସର ସୂଚନାନୁଯାୟୀ ଦକ୍ଷିଣ କାଶ୍ମୀର ସ୍ଥିତ ପୁଲୱାମା ଅନ୍ତର୍ଗତ ଜାଡୁରା ଅଞ୍ଚଳରେ ଶନିବାର ଦିନ ସକାଳେ ସେନାର ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ କିଛି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।
ତେବେ ଏନକାଉଣ୍ଟର ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନଥିବା ବେଳେ ଏଥିରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ସେହିପରି ସୋପିଆନ୍ ଅଞ୍ଚଳରେ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା ବେଳେ ଶୁକ୍ରବାର ଦିନ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
Comments are closed.