Latest Odisha News

BREAKING NEWS

ଭାରତକୁ ଆବଶ୍ୟକ ଯୁବ ପିଢ଼ୀର ନୂତନ ଟେଷ୍ଟ ଟିମ

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ପରାଜୟ ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମୀକକ୍ଷ ଏବଂ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟ ଦିଗହରା ହେଉଛି ବୋଲି ମତ ଦେଉଛନ୍ତି । ବିରାଟ କୋହଲି, ରୋହିତ ଶର୍ମାଙ୍କ ପ୍ରତି ମୋହ ଭଙ୍ଗ କରି ଏକ ଯୁବ ଟେଷ୍ଟ ଟିମ ଆବଶ୍ୟକ ହେଉଛି । ବିସିସିଆଇ ମଧ୍ୟ କଠୋର ପନ୍ଥା ଆପଣାଇବା ପାଇଁ ଚିନ୍ତା କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଏହାର ଝଲକ ଦେଖିବାକୁ ମିଳିପାରେ । ଚେତେଶ୍ୱର ପୂଜାରା ଓ ଉମେଶ ଯାଦବ ବିଦା ହେବା ନିଶ୍ଚିତ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଯଶସ୍ୱୀ ଜୈସୱାଲ ଓ ମୁକେଶ କୁମାରଙ୍କ ପରି ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ଏପରିକି ଭାରତକୁ ଏକ ନୂତନ ଟେଷ୍ଟ ଅଧିନାୟକର ଆବଶ୍ୟକତା ପଡିଛି । ରୋହିତ ଶର୍ମା ଟେଷ୍ଟ କ୍ୟାପଟେନଶିପ ପାଇଁ ଫିଟ ନୁହେଁ ବୋଲି ମତ ପ୍ରକାଶ ପାଇଛି । ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭରୁ ଅସ୍ଥିରତା ଥିଲେ । ଟେଷ୍ଟରେ ଅଧିନାୟକ ଭାବେ ତାଙ୍କ ଅଭିଜ୍ଞତା ମଧ୍ୟ କମ । ନୂତନ ଯୁବ ଟିମ ପାଇଁ ସେଭଳି ଏକ ଅଧିନାୟକ ଦରକାର । ଚୟନ କମିଟି ଅନୁସାରେ ୩ଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ ଟିମ ପ୍ରସ୍ତୁତ କରାଯିବ ।

କେତେକ ଖେଳାଳିଙ୍କ ବିକଳ୍ପ ନ ରହିଲେ ଟିମ କମ୍ବିନେଶନ ବିଗାଡି ଯାଉଛି । ଏହା ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ ଆଧୁନିକ କ୍ରିକେଟରେ ତିଷ୍ଠିବା ପାଇଁ ନୂତନ ଟେକନିକ ଶିଖିବା ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସମୟରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ବାହାର ବଲକୁ ମାରି ଆଉଟ ହୋcଇଛନ୍ତି । ଏହା ଟେଷ୍ଟରେ ଆଦୌ ଗ୍ରହଣୀୟ ନୁହେଁ । ୱେଷ୍ଟଇଣ୍ଡିଜ ପିଚ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି । କେତେକ ସମୀକ୍ଷକଙ୍କ ମତରେ ବିରାଟ, ରୋହିତଙ୍କ ପରି ଖେଳାଳିଙ୍କୁ ଟି୨୦ରୁ ବ୍ରେକ ଦେବା ସମୟ ଉପନୀତ ।

ରିତୁରାଜ ଗାଏକ୍ୱାଡ, ଜିତେଶ ଶର୍ମା ଓ ରିଙ୍କୁ ଶର୍ମାଙ୍କ ପରି ଏହି ଫର୍ମାଟ ଉପଯୁକ୍ତ । ସବୁଥର ପରି ବିସିସିଆଇ ଚିନ୍ତନ କରୁଛି ନାଁ ବଡ ଧରଣର ପରିବର୍ତନ କରୁଛି ତାହା ଦେଖିବା କଥା । ଭଲ ଅଧିନାୟକ, ଉଚ୍ଚସ୍ତରର ବ୍ୟାଟ୍ସମ୍ୟାନ ଓ ଦକ୍ଷତା ସମ୍ପନ୍ନ ବୋଲର ଟ୍ୟାଗରେ ଦଳ ଜିତେନି । ଏକ ସୁସଂଗଠିତ ଓ ଯୋଜନା ମୁତାବକ ପ୍ରଦର୍ଶନ କରୁଥିବା ଟିମ ସର୍ବଦା ବିଜୟ ହାସଲ କରେ । ଆଉ ଭାଗ୍ୟକୁ ଦାୟୀ କରି ହେବନି । ପରିବର୍ତନର ଏହା ହିଁ ଉପଯୁକ୍ତ ସମୟ ।

Leave A Reply

Your email address will not be published.