Latest Odisha News

BREAKING NEWS

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନର ପରୀକ୍ଷଣ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ଆଜି ପରୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲା ଅବଦୁଲ କାଲାମ ଦ୍ୱୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେ ଏହାର ସଫଳ ପରୀକ୍ଷଣ କରାଯାଇଛି।

ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ କିଲୋମିଟର ରହିଥିବା ବେଳେ ଭୂମିରୁ ଶ୍ୱଳ୍ପ ଦୂରକୁ ଟାର୍ଗେଟ୍ କରିବାକୁ ଏହ ମିସାଇଲ୍ ବେଶ୍ ପାରଙ୍ଗମ। ସାଗରିକା ମିସାଇଲ ପ୍ରତିରକ୍ଷା ବିଭାଗର ନାଭାଲ ଭର୍ସନ। ସ୍ଥଳସେନାର ବ୍ୟବହାର ପାଇଁ ବିଶେଷ କରି ଏହାକୁ ବିକଶିତ କରାଯାଇଛି। ସେହି ଅନୁସାରେ ଏହାର ନାଭାଲ ନାଭାଲ ଭର୍ସନ ପ୍ରସ୍ତୁତ କରାଯାଇଛି। ସୂଚନା ଥାଉଖି ପ୍ରତିରକ୍ଷା ବିଭାଗ ତରଫରୁ ଏହି କ୍ଷେପଣାସ୍ତ୍ରର ନାମକରଣ କରାଯାଇନାହିଁ।

Comments are closed.