Latest Odisha News

BREAKING NEWS

ଇସ୍ରାଏଲରେ ସ୍ଥାପିତ ହେଲା ଥାଡ ପ୍ରଣାଳୀ

ତେଲ ଅଭୀବ: ଇସ୍ରାଏଲରେ ଆମେରିକାର ଅତ୍ୟାଧୂନିକ ଥାଡ ପ୍ରଣାଳୀ ସ୍ଥାପିତ କରାଯାଇଛି । ଏହା ଫଳରେ ଇରାନ ଓ ଇସ୍ରାଏଲ ଏକ ବଡ ଯୁଦ୍ଧ ଆଡେ ମୁହାଁଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି । ଆମେରିକାର ରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟର୍ମିନାଲ ହାଇ ଅଲଟିଚ୍ୟୁଡ ଏରିୟା ଡିଫେନ୍ସ ସିଷ୍ଟମ ଇସ୍ରାଏଲ ଉପରେ ହେବାକୁ ଥିବା ମିସାଇଲ ଆକ୍ରମଣକୁ ରୋcକିପାରିବା କ୍ଷମତା ରଖିଛି । ଏପରିକି ଏହା କେତେକ ବ୍ୟାଲେଷ୍ଟିକ ମିସାଇଲକୁ ମଧ୍ୟ ଖସାଇବା କ୍ଷମତା ରଖିଛି । ନିକଟରେ ଇସ୍ରାଏଲ ଉପରେ ଇରାନ ବ୍ୟାଲେଷ୍ଟିକ ମିସାଇଲରେ ଆକ୍ରମଣ କରିଥିଲା ।

ଏହାର ଜବାବରେ ଆମେରିକା ତାର ଶ୍ରେଷ୍ଠ ଅସ୍ତ୍ର ସାମଗ୍ରୀ ଇସ୍ରାଏଲରେ ସ୍ଥାପିତ କରିଛି । ହମାସ, ହିଜବୁଲ୍ଲାହ, ଇରାନ ଓ ହୂତି ବିଦ୍ରୋହୀଙ୍କ ସହ ଇସ୍ରାଏଲ ଏବେ ଏକକାଳୀନ ଲଢ଼ୁଛି । ହମାସ ସ୍ଥିତି ଖରାପ ହୋଇଥିବା ବେଳେ ହିଜବୁଲ୍ଲାହ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯଦି ଯୁଦ୍ଧ ତୀବ୍ର ହୁଏ ଏହା ପରୋକ୍ଷରେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.