Latest Odisha News

BREAKING NEWS

ଆଇସକ୍ରିମ୍ରୁ ବାହାରିଲା ବିଷଧର ସାପ, ଆଉ ତା’ପରେ…

ନୂଆଦିଲ୍ଲୀ: ଫୋନ୍ ରୁ ଫୋନ୍ ଘୁରି ବୁଲୁଛି ଫଟୋ । ଆଇସକ୍ରିମରୁ ବାହାରିଲା ବିଷଧର ସାପ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ମାତ୍ର କଥାଟି ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି । ନକଲେନ୍‌ଗବୁନ ନାମକ ଜଣେ ବ୍ୟକ୍ତି ଏହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ବାସ୍ତବରେ ସେଣ୍ଟ୍ରାଲ ଥାଇଲ୍ୟାଣ୍ଡର ବାସିନ୍ଧା ନକଲେନ୍‌ଗବୁନ ରାସ୍ତା କଡରୁ ଏହି ଆଇସିକ୍ରିମକୁ କିଣିଥିଲେ । ଖାଇବାପାଇଁ ଯେତେବେଳେ ସେ ଏହାକୁ ଖୋଲିଥିଲେ ସେତେବେଳେ ସେ ଆଇସକ୍ରିମକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଆଇସକ୍ରିମ ଭିତରେ ଗୋଟିଏ ସାପ ଜମିଥିବା ଦେଖିବାକୁ ମିଳିଥିଲା । ଆଇସକ୍ରିମର ଏକ ଫଟୋ ସେ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ ଥାଇ ଭାଷାରେ ଲେଖିଛନ୍ତି, ”ଏତେ ବଡ଼ ଆଖି ! ଇଏ କ’ଣ ମରିଯାଇଛି ? ଏହି ଫଟୋଟି ସତ । କାରଣ ମୁଁ ନିଜେ ଏହି ଆଇସିକ୍ରିମ୍ କିଣିଛି ।”

ନକଲେନ୍‌ଗବୁନଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ସେହି ଫଟୋରେ ଏକ କଳା ଓ ହଳଦିଆ ରଙ୍ଗର ଛୋଟ ସାପ ଥିବା ଦେଖିବାକୁ ମିଳୁଛି । ସାପଟି ଆଇସିକ୍ରିମ ଭିତରେ ପୁରା ବରଫ ହୋଇଯାଇଛି । ଫଟୋରେ ସାପର ମୁଣ୍ଡଟି ସ୍ପଷ୍ଟ ଭାବେ ଦେଖାଯାଉଛି । ଫଟୋକୁ ଦେଖି କିଛି ୟୁଜର୍ସ ଏହାକୁ ‘ଗୋଲ୍ଡେନ ଟ୍ରି ସ୍ନେକ’ ବୋଲି କହୁଛନ୍ତି । ତେବେ ବାସ୍ତବରେ ଏହି ସାପଟି କେଉଁ ସାପ ସେ ନେଇ କୌଣସି ସୂଚନା ମିଳିନାହିଁ ।

ତାଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କିଛି ୟୁଜର ଏହାକୁ ଭୟାନକ କହିଥିବା ବେଳେ ଆଉ କିଛି ମଜାଳିଆ କମେଣ୍ଟ ଦେଇଛନ୍ତି ।

 

Comments are closed.