Latest Odisha News

BREAKING NEWS

ମଣିଷ ଶରୀରରୁ ବାହାର କରାଗଲା ୫୯ ଫୁଟର ପରଜୀବୀ, ଡାକ୍ତରମାନେ ବି ଚକିତ

ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ବ୍ୟକ୍ତିଙ୍କ ଶରୀରରୁ ୫୯ ଫୁଟ ଲମ୍ବାର ପରଜୀବୀ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି । ହଁ ଆପଣମାନେ ଠିକ୍ ପଢ଼ୁଛନ୍ତି ଏତେ ବଡ ପରଜୀବୀ କିପରି ଉକ୍ତ ମଣିଷ ଶରୀରରେ ରହିଥିଲା, ତାହା ଡାକ୍ତରଙ୍କୁ ବି ଚକିତ କରିପକାଇଛି । ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ.. ଥାଇଲାଣ୍ଡର ନୋଙ୍ଗଖାଇ ଅଂଚଳରେ ଜଣେ ୬୭ ବର୍ଷୀୟ ବୃଦ୍ଧ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କଲେ । ଏହା ଅସହ୍ୟ ହେବା ସହ ଫେଟ ଫୁଲିବାକୁ ଲାଗିଥିଲା । ଦି ସନ ଓ ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ ଡାକ୍ତର ଯେତେବେଳେ ତାଙ୍କ ପରୀକ୍ଷା କରାଇଲେ ଏହି ବିଷୟରେ ଜାଣିପାରିଲେ । ଉକ୍ତ ବ୍ୟକ୍ତିର ମଳଦ୍ୱାର ବାଟେ ଏହି ପରଜୀବୀକୁ ସତର୍କତାର ସହ ବାହାର କରାଗଲା । ବହୁତ ଲମ୍ବା ହୋଇଥିବାରୁ ଏଥିନେଇ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା ।

ଡାକ୍ତରଙ୍କ ଅନୁସାରେ କଂଚା ମାଂସ ଖାଇଲେ ଏହି ପରିଜୀବୀ ମଣିଷ ଶରୀର ମଧ୍ୟକୁ ଆସି ଯାଇଥାଏ । ଏପରି କି ଗୋଟେ ପରଜୀବୀ ୩୦ ବର୍ଷ ପର୍ଯ୍ୟନ୍ତ ପେଟରେ ରହିପାରେ । ତେବେ ଏହି ପରଜୀବୀଙ୍କୁ ମାରିବା ପାଇଁ ବଜାରରେ ସହଜରେ ଏବେ ଔଷଧ ମିଳୁଛି ।

Leave A Reply

Your email address will not be published.