Latest Odisha News

ଥାଇଲାଣ୍ଡ ଡେ କେୟାରରେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ, ୩୪ ମୃତ

ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପାନ୍ୟା କାମ୍ରାବ ନାମକ ଏହି ବ୍ୟକ୍ତିଜଣଙ୍କ ଏକ ଡେ କେୟାର ସେଂଟରରେ ପ୍ରବେଶ କରି ମନଇଚ୍ଛା ଗୁଳି ଚାଳନା କରିଥିଲେ । ଏଥିରେ ୨୨ ଶିଶୁଙ୍କ ସମେତ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁଳିକାଣ୍ଡ ଘଟାଇବା ପରେ ପାନ୍ୟା ନିଜ ପରିବାରର ସମସ୍ତଙ୍କୁ ମଧ୍ୟ ହତ୍ୟା କରବା ପରେ ନିଜେ ଆତ୍ମହତ୍ୟା କରିଥିଲା । ଏହି ଘଟଣା ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୂଥ ଚାନ ଓଚା ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ଚିକିତ୍ସା କରାଯାଉଛି । ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ପ୍ରଥମେ ହତ୍ୟାକାରୀଜଣକ ଡେ କେୟାରରେ ପ୍ରବେଶ କରିବା ପରେ ଶିକ୍ଷକ ଏବଂ କର୍ମଚାରୀ ଉପରକୁ ଗୁଳିମାଡ କରିଥିଲା । ଏଥିରେ ଜଣେ ଗର୍ଭବତୀ ଶିକ୍ଷୟତ୍ରୀଙ୍କ ସମେତ ୫ ମୃତ୍ୟୁବରଣ କରିଥିଲେ । ଏହା ପରେ ସେ ପିଲାମାନଙ୍କ ଉପରକୁ ଗୁଳିଚାଳନା କରିଥିଲା । ପୂର୍ବରୁ ଡ୍ରଗ୍ସ ମାମଲାରେ ପାନ୍ୟା ଦଣ୍ଡିତ ହେବାରୁ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସେ ଏହି କାଣ୍ଡ ଘଟାଇଥିଲା ।

Comments are closed.