Latest Odisha News

୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଥାଇଲାଣ୍ଡ ରାଜାଙ୍କ ପୁତ୍ର, ଦେଶ ଉତ୍ସବ ମୁଖରିତ

ବ୍ୟାଙ୍କକ: ଥାଇଲାଣ୍ଡ ରାଜାଙ୍କ ଦ୍ୱିତୀୟ ପୁତ୍ର ୱାଚରସୋର୍ଣ୍ଣ ବିବାଚରାଭୋଙ୍ଗେସମ ୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଫଳରେ ଦେଶ ଉତ୍ସବ ମୁଖରିତ ହୋଇ ପଡିଛି । ସେ ଆମରେିକାରେ ରହି ପାଠ ପଢ଼ୁଥିଲେ । ସୁବର୍ଣ୍ଣଭୂମି ଆନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲରୁ ସେ ବାହାରକୁ ଆସିବା ପରେ ହାତ ହଲାଇ ଅଭିବାଦନ କରିଥିଲେ । ୪୨ ବର୍ଷୀୟ ଏହି ରାଜକୁମାର ସପ୍ତାହେ ପର୍ଯ୍ୟନ୍ତ ଥାଇଲାଣ୍ଡରେ ରହିବେ । ସେ ରତଚ୍ୟାବୋରାଫିଟ ସଥିମହାସିମରାନ ସତ୍ୟାବୋରାବିହାନ ବୁଦ୍ଧ ମନ୍ଦିରକୁ ଯାଇ ସଂରକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମନ୍ଦିର ଯିବା ପୂର୍ବରୁ ସେ ଲୋକମାନଙ୍କ ଅନୁରୋଧ ରଖି ଫଟୋ ଉଠାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ବ୍ୟାଙ୍କକ ପୋଷ୍ଟ ଅନୁସାରେ ଥାଇଲାଣ୍ଡ ରାଜାଙ୍କ ୪ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପୁଅମାନେ ଆମେରିକା ପଳାଇ ଯାଇଥିଲେ । ଝିଅ ବାପାଙ୍କ ପାଖରେ ରହୁଛନ୍ତି । ୱାଚରସୋର୍ଣ୍ଣ ଆମେରିକାର ଷ୍ଟେଟସନ ୟୁନିଭରସିଟି ଅଫ ଲରୁ ଡିଗ୍ରୀ ହାସଲ କରିଛନ୍ତି । ନ୍ୟୁୟର୍କର ଏକ ଲ ଫାର୍ମରେ ସେ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ।

Comments are closed.