Latest Odisha News

BREAKING NEWS

[ଭିଡ଼ିଓ] ବ୍ୟାଙ୍କକ୍‌ର ବାଘ ମନ୍ଦିରରେ ବୌଦ୍ଧ ଭିକ୍ଷୁ

ଥାଇଲ୍ୟାଣ୍ଡ : ବିଶ୍ୱାସ ନହେଲେ ବି ସତ । ରହସ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର ବ୍ୟାଙ୍କକ୍ ରେ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ବାଘ ଏବଂ ମଣିଷ ଏକାଠି ରୁହନ୍ତି । ଏହା ଆପଣଙ୍କୁ ପାଇଁ ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ । ଏହା ହେଉଛି ବାଘ ମନ୍ଦିର । ଏହି ମନ୍ଦିରର ନାମ ହେଉଛି ଟାଇଗର ଟେମ୍ପଲ୍ ।

ଏହା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରୁ ୧୪୦ କିଲୋମିଟର ଦୂରରେ ଥିବା କାଞ୍ଚନବୁରୀ ପ୍ରଦେଶରେ ପ୍ରତିଷ୍ଠିତ । ଏହି ମନ୍ଦିରରେ ବାଘ ଏବଂ ମଣିଷ ଏକାଠି ରୁହନ୍ତି । ଏହି ଦୃଶ୍ୟକୁ ଦେଖିବା ଏବଂ ଏକ ରୋମାଞ୍ଚକର ଅନୁଭୂତି ପାଇବା ପାଇଁ ଦୂର ଦୂରାନ୍ତରୁ ପର‌୍ୟ୍ୟଟକମାନେ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସନ୍ତି ।

ଏହି ମନ୍ଦିର ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ଏକ ବାଘ ଛୁଆକୁ ମରଣ ମୁହଁରୁ ଉଦ୍ଧାର କରି ଜଣେ ବୌଦ୍ଧ ଭିକ୍ଷୁ ପାଖରେ ରଖିଥିଲେ । ଆଉ ତପରଠାରୁ ଏଠାରେ ପୋଷା ମାନିଛନ୍ତି ବାଘ ମାନେ । ଆଉ ନିର୍ଦ୍ୱନ୍ଦରେ ଏହି ସ୍ଥାନକୁ ଯିବା ଆସିବା କରୁଛନ୍ତି ।

ଧୀରେ ଧୀରେ ମନ୍ଦିରରେ ବାଘ ସଂଖ୍ୟା ବୃଦ୍ଧି ହେତୁ ଏହାକୁ ଟାଇଗର ଟେମ୍ପଲ୍ କୁହାଗଲା । ପ୍ରାୟ ୧୫୦ ବାଘ ବୌଦ୍ଧ ଭିକ୍ଷୁମାନଙ୍କ ସହିତ ମନ୍ଦିରରେ ବାସ କରୁଛନ୍ତି ।

ବାଘ ଗୁଡିକ ଏହି ମନ୍ଦିରରେ ବେଶ ପୋଷା ମାନି ଚଳିଥାନ୍ତି । ଖାଲି ସେତିକି ନୁହେଁ ବୌଦ୍ଧ ଭିକ୍ଷୁ ମାନଙ୍କ ସହିତ ଖେଳିବା ଶୋଇବା ବି ଅଭ୍ୟାସ । ଏପରିକି ଏହି ସ୍ଥାନକୁ ଆସୁଥଇବା ପର୍ଯ୍ୟଟକ ମାନଙ୍କର ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ . . .

 

 

Leave A Reply

Your email address will not be published.