୧୯୯୦ ଦଶକରେ ଦି ଜଙ୍ଗଲ ବୁକ ନାମକ ଏକ ସିରିୟଲ ବେଶ ହିଟ ହୋଇଥିଲା । ଜଙ୍ଗଲରେ ପରିବାରଠାରୁ ଅଲଗା ହେବା ପରେ ମୋଗଲୀ ନାମକ ଏକ ପିଲାକୁ ଗଧିଆମାନେ ପାଳିଥିଲେ । ସତ୍ୟ କାହାଣୀ ଉପରେ ଆଧାରିତ ଏହି ସିରିୟଲ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏବେ ଥାଇଲାଣ୍ଡରେ ବାସ୍ତବରେ ଆଉ ଏକ ମୋଗଲୀ ମିଳିଛି । ସେ ଗଧିଆ ବଦଳରେ କୁକୁରଙ୍କ ସହ ଚଳିଛି । କୁକୁରଙ୍କ ସହି ରହି ସେ ତାଙ୍କ ପରି ଭୂକିବା ମଧ୍ୟ ଆରମ୍ଭ କରିଦେଇଛି । ଏପରିକି ସାଥୀ କୁକୁରମାନେ ତାର ଈଶାରା ବୁଝୁଥିଲେ । ସ୍ଥାନୀୟ ଏକ ସ୍କୁଲର ପ୍ରିନ୍ସପାଲଙ୍କ ନଜର ଏହି ପିଲାଟି ଉପରେ ପଡିଲା । ସେ ଏହି ତଥାକଥିକ ମୋଗଲୀ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କେବଳ କୁକୁରଙ୍କ ପରି ଭୂକିଥିଲା । ପ୍ରିନ୍ସପାଲ ଏହା ପରେ ଫାଉଣ୍ଡେଶନ ଫର ଚିଲ୍ଡ୍ରେନ ଓ ୱମ୍ୟାନଙ୍କୁ ଜଣାଇଥିଲେ । ସେମାନେ ଆସି ପିଲାଟିକୁ ଉଦ୍ଧାର କରିଥିଲେ ।
ଏବେ ସେ ସ୍ଥାନୀୟ ଚିଲ୍ଡ୍ରେନ ହୋମରେ ରହୁଛି । ପିଲାଟିର ଏହି ସ୍ଥିତି ପାଇଁ ତାର ମାଆ ଦାୟୀ । ସେମାନେ ଯେଉଁ ସ୍ଥାନରେ ରହୁଥିଲେ ତାହା ଡ୍ରଗ୍ସ ପାଇଁ ବଦନାମ ଥିଲା । ତାର ମାଆ ମଧ୍ୟ ନିଶା କବଳରେ ପଡି ଯାଇଥିଲା । ମାଆ ଏବଂ ଭାଇ ନିଶାସେବନ କରି ପଡି ରହୁଥିଲେ । ପିଲାଟି ଘରେ ଏବଂ ଏହାର ଆଖପାଖ ଅଂଚଳର କୁକୁରଙ୍କ ସହ ଚଳୁଥିଲା । ସେମାନଙ୍କ ସହ ରହି ରହି ସେ ମଧ୍ୟ କୁକୁର ପରି ଭାବଭଙ୍ଗୀ ପ୍ରକାଶ କରୁଥିଲା । ପଢ଼ା ପାଇଁ ସରକାର ତାର ମାଆଙ୍କୁ ୪୦୦ ଥାଇଲାଣ୍ଡ ମୁଦ୍ରା ଦେଉଥିଲେ । ମାତ୍ର ସେ ଏହାକୁ ଡ୍ରଗ୍ସ ସେବନରେ ଖର୍ଚ୍ଚ କରି ଦେଉଥିଲେ । ମାଆ ଏବଂ ଭାଇ ସମ୍ପୂର୍ଣ୍ଣ ଭାବେ ଡ୍ରଗ୍ସ କବଳରେ ପଡି ଯାଇଛନ୍ତି । ଘଟଣାଟି ଏବେ ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି ।
Comments are closed.