Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଲା ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ଚୟନ ଶିବିର

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟରରେ ଆର୍ଟିଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜିମ୍ନାଷ୍ଟିକ୍ସ ଫେଡେରେଶନ, ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା । ପୁରୁଷ ବିଭାଗରେ ହରିୟାଣାର ଯୋଗେଶ୍ୱର ସିଂ, ଓଡିଶାର ରାକେଶ ପାତ୍ର ଓ ତପନ ମହାନ୍ତି ପ୍ରଥମ ୩ଟି ସ୍ଥାନରେ ରହିଥିଲେ । ମହିଳା ବିଭାଗରେ ଦୀପା କର୍ମାକାର, ପ୍ରଣତି ଦାସ ଓ ପ୍ରଣତି ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହଥିଲେ । ଏହି ଅବସରରେ ଦୀପା ଓଡିଶା ସରକାରଙ୍କ କ୍ରୀଡା ପ୍ରତି ଉଦ୍ୟମକୁ ପ୍ରଶଂସା କରିଥିଲେ । ହାଇ ପରଫର୍ମାନ୍ସ ସେଂଟର ଉଚ୍ଚକୋଟୀର ବୋଲି ସେ କହିଥିଲେ ।

ଭାରତର ଜିମ୍ନାଷ୍ଟିକ୍ସ କୋଚ ବିଶେଶ୍ୱର ନନ୍ଦୀ ଆଘାତ ସମସ୍ୟା ପରେ ଦୀପାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ଯୁବ ଜିମ୍ନାଷ୍ଟ ତପନଙ୍କ ଏହା ପ୍ରଥମ ଏସିଆନ ଗେମ୍ସ ଟ୍ରାଏଲ୍ସ ହୋଇଥିବାରୁ ବେଶ ଉତ୍ସାହିତ ଅଛନ୍ତି । ଭାରତ ପାଇଁ ଚୟନ ହେବା ପରେ ମୁଁ ମନପ୍ରାଣ ଦେଇ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ଓଡିଶା ଏଏମ/ଏନଏସ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ମୂଖ୍ୟ କୋଚ ଅଶୋକ କୁମାର ମିଶ୍ର ଏହି ଇଂଭେଟ ଯୋଗୁ ଯୁବ ଖେଳାଳିମାନେ ପ୍ରଦର୍ଶନସ୍ତରରେ ଉନ୍ନତି ଘଟିବ ବୋଲି କହିଛନ୍ତି । ପୁରୀ, ଜୟପୁର, ଭୁବନେଶ୍ୱର ଓ ରାଉରକେଲାରେ ଏହି ସେଂଟର ଭଲ କାମ କରୁଛି ବୋଲି ମିଶ୍ର କହିଛନ୍ତି ।

Comments are closed.