ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପ୍ରାୟ ଶେଷ ହୋଇସାରିଛି ଏବଂ ଏହାର ଅବଶିଷ୍ଟ ମୂଳ ମଧ୍ୟ ଶୀଘ୍ର ହଟାଯିବ । ମଙ୍ଗଳବାର ଗଣମାଧ୍ୟମକୁ ଏପରି କହିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ । ସେ କହିଛନ୍ତି ଯେ, ୨୦୨୩ରେ କେବଳ ୧୦ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦରେ ସାମିଲ ହୋଇଥିଲେ, କିନ୍ତୁ ଗତ ବର୍ଷ ଏହି ସଂଖ୍ୟା ୧୧୦ ଥିଲା । ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ସେ ଆତଙ୍କବାଦୀଙ୍କୁ ନିବେଦନ କରିଛନ୍ତି ।
ସିଂ କହିଛନ୍ତି ଯେ, ଯଦି କୌଣସି ଯୁବକ ଆତଙ୍କବାଦର ରାସ୍ତା ବାଛି ନ ଥାନ୍ତେ ବା ଏଥିରେ ସାମିଲ ହୋଇନଥାନ୍ତେ, ତେବେ କେତେ ଭଲ ହୋଇଥାନ୍ତା, କାରଣ ଆତଙ୍କବାଦରେ ସାମିଲ ହୋଇଥିବା ଏହି ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ଅବଶିଷ୍ଟ ୪ ଜଣଙ୍କୁ ମଧ୍ୟ ଶୀଘ୍ର ହଟାଇ ଦିଆଯିବ । ‘ସେ କହିଛନ୍ତି, “ସେମାନେ ହିଂସାର ରାସ୍ତା ଛାଡ଼ି ଭଲ ରାସ୍ତାକୁ ଫେରି ଆସନ୍ତୁ । ଆତଙ୍କବାଦୀଙ୍କର ମଧ୍ୟ ପରିବାର ଅଛନ୍ତି ଏବଂ ଏହିପରି ଲୋକଙ୍କୁ ହତ୍ୟା କରିବା ସୁରକ୍ଷା ବାହିନୀକୁ କୌଣସି ସୁଖ ଦେଇନଥାଏ ।
ସେ ଆହୁରି କହିଛନ୍ତି ଯେ, ‘ଗତ ୫ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ଏକ ବଡ ପରିବର୍ତ୍ତନ ଆସିଛି । ଭୟର ବାତାବରଣ ବର୍ତ୍ତମାନ ଶେଷ ହୋଇଛି ଏବଂ ସବୁ ବୟସର ଲୋକମାନେ ମୁକ୍ତ ଭାବରେ ବୁଲାବୁଲି କରିପାରିବେ । ଆଜି ଆମେ ଶାନ୍ତି ଏବଂ ସୁଖରେ ବାସ କରୁଛୁ । ଉତ୍ତର କଶ୍ମୀର ଆତଙ୍କବାଦରୁ ପ୍ରାୟ ମୁକ୍ତ ହୋଇଛି । ସେଠାରେ କୌଣସି ସକ୍ରିୟ ଆତଙ୍କବାଦୀ ନାହାଁନ୍ତି, କିନ୍ତୁ କିଛି ଆତଙ୍କବାଦୀ ଅଛନ୍ତି ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବ କରୁଛନ୍ତି । ସେମାନଙ୍କୁ ମଧ୍ୟ ହଟାଇ ଦିଆଯିବ’।
Comments are closed.