Latest Odisha News

BREAKING NEWS

ଅଲୋଡା ହେଲା ଶିଶୁପୁତ୍ର, ମେଡିକାଲ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟିଛି ଅଭାବନୀୟ ଘଟଣା। ଟିକେଟ କାଉଣ୍ଟର ନିକଟରେ ପଡିଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ। ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନାହିଁ।

ଶିଶୁପୁତ୍ରଟିଏ ପାଇଁ କିଏ କେତେ ଭଗବାନଙ୍କୁ ଡାକୁଥିବା ବେଳେ, କେହି ଜଣେ ବିଳମ୍ବିତ ରାତିରେ ଶିଶୁଟିକୁ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଶିଶୁଟି କାହାର ଓ କିଏ ଶିଶୁଟିକୁ ମେଡିକାଲ ପରିସରରେ ଫିଙ୍ଗିଦେଲା ତାହା ଜଣାପଡ଼ିନାହିଁ। ଅବାଛିନ୍ତ ଗର୍ଭ ଧାରଣା କିମ୍ବା କୌଣସି କାରଣ ବସତ କେହି ଏହିଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରିଛି।

ଡାକ୍ତରଖାନାର କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ପରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ଜଣାପଡିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କହିବା ଅନୁଯାୟୀ ତଦନ୍ତ ଚାଲିଛି, ସିସିଟିଭି ଯାଞ୍ଚ କରାଯାଉଛି। କିଏ କେଉଁ ପରିସ୍ଥିତି ଏହିଭଳି କରିଛି ସିସିଟିଭି ତଦନ୍ତ ପରେ ଜଣାପଡ଼ିଯିବ।

 

Leave A Reply

Your email address will not be published.