Latest Odisha News

BREAKING NEWS

ଭୁଶୁଡିଲା ଏୟାରପୋର୍ଟ ପାଚେରି, ଅଳ୍ପକେ ବଞ୍ଚିଲେ ଲୋକେ

ମାଲକାନଗିରି:ପୁଣି ଭୁଶୁଡିଲା ମାଲକାନଗିରି ଏୟାରପୋର୍ଟ ପାଚେରି ।ନିମ୍ନମାନର କାମ ଯୋଗୁଁ ମାଟିରେ ମିଶିଲା ପାଚେରି ।ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ପାଚେରି ଭୁଶୁଡିଥିବା ସୂଚନା ମିଳିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ି ପଡ଼ିଛି । ପ୍ରାୟ ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ତେବେ ଗତ ବର୍ଷ ମଧ୍ୟ ଏହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପାଚେରି ଭୁଶୁଡ଼ିବା କାରଣରୁ ଗତବର୍ଷ ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ପରେ ଏହି ପାଚେରି ପୁଣି ଥରେ ନିର୍ମାଣ କରାଯାଇଥିଲା। ଆଉ କାଲି ପୁଣି ଏହା ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିଥିଲେ ହେଁ ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟାର ମିଳିନାହିଁ।

Comments are closed.