Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ସର୍ବପ୍ରଥମେ ଇଂରେଜ ମାନେ ଆରମ୍ଭ କରିଥିଲେ ଡବଲ୍ ଡେକର ବସ୍

ନୂଆଦିଲ୍ଲୀ: ଗତ ବର୍ଷ ୧୫ ସେପ୍ଟେମ୍ବରରେ ମୁମ୍ବାଇରେ ଡବଲ୍ ଡିଜେଲରେ ଚାଲୁଥିବା ଡବଲ୍ ଡେକର୍ ବସ୍ କୁ ବନ୍ଦ କରିଦିଆ ଯାଇଥିଲା । ଏହି ବସ୍ ଗୁଡିକ ମୁମ୍ବାଇ ସହରର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିଥିଲା । ତେବେ ଏହାର ତିନି ଦଶନ୍ଧି ପରେ ଅହମଦାବାଦରେ ପୁଣି ଥରେ ଆରମ୍ଭ ହୋଇଛି ଏହି ଡବଲ୍ ଡେକର୍ ବସ୍ ସେବା । କିନ୍ତୁ ଆପଣ ଜାଣନ୍ତି କି ପ୍ରଥମେ ଡବଲ୍ ଡେକର୍ ବସ୍ କିଏ ଆରମ୍ଭ କରିଥିଲେ ଏବଂ କେଉଁ ସହରରେ ଏହି ବସ୍ ପ୍ରଥମେ ଚାଲୁଥିଲା | ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

୧୯୩୭ ମସିହାରେ ବ୍ରିଟିଶ୍ ସରକାର ପ୍ରଥମେ ଡବଲ୍ ଡେକର୍ ବସ୍ ସେବା ଆରମ୍ଭ କରିଥିଲେ । ସେବେଠାରୁ ଏହି ବସ୍ ମୁମ୍ବାଇର ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ସେଠାରେ ଥିବା ଲୋକଙ୍କ ପାଇଁ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥିଲେ ଏହି ଡବଲ୍ ଡେକର୍ ବସ୍ । ଡବଲ୍ ଡେକର୍ ବସ୍ ଏକଦା ଇଂଲଣ୍ଡର ପରିଚୟ ତ ପାଲଟି ଯାଇଥିଲା ​​କିନ୍ତୁ ସେଗୁଡ଼ିକର ଆରମ୍ଭ ଇଂଲଣ୍ଡରୁ ହୋଇନଥିଲା | ବିଶ୍ୱାସ କରାଯାଏ ଯେ, ଜଣେ ଫରାସୀ ୧୮୨୯ ମସିହାରେ ପ୍ୟାରିସରେ ଏହି ବସ୍ ଆରମ୍ଭ କରିଥିଲେ | ଏହି ବସ୍ ଘୋଡା ଦ୍ୱାରା ଚଲାଯାଇଥିଲା | ଏହା ପରେ ସେହି ୧୮୨୯ ମସିହାରେ ଲଣ୍ଡନରେ ସେହି ପ୍ରକାରର ସମାନ ବସ୍ ସେବା ଆରମ୍ଭ ହୋଇଥିଲା | ଏହି ବସ୍ ଗୁଡିକରେ ୨୨ ଯାତ୍ରୀଙ୍କ ପାଇଁ ବସିବାର କ୍ଷମତା ଥିଲା | ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏହି ବସ୍ ଗୁଡିକ ମଧ୍ୟ ଘୋଡା ଦ୍ୱାରା ଚାଲୁଥିଲା ।

ପ୍ରଥମ ଇଞ୍ଜିନ୍ ଚାଳିତ ଡବଲ୍-ଡେକର ବସ୍ ପ୍ରଥମ ବିଶ୍ୱଯୁଦ୍ଧ ପରେ ଅର୍ଥାତ୍ ୧୯୨୩ ମସିହାରେ ଆସିଥିଲା ​​। ସେହି ସମୟରେ, ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଛୋଟ ଡବଲ୍-ଡେକର୍ ବସ୍ ପ୍ରଚଳନ କରାଯାଇଥିଲା ଯାହା ଲଣ୍ଡନର ଛୋଟ ଛୋଟ ଗଳି କନ୍ଦି ରାସ୍ତା ପାଇଁ ଉପଯୁକ୍ତ ଥିଲା | ଅଧିକ ଯାତ୍ରୀ ମଧ୍ୟ ସେମାନଙ୍କ ମଧ୍ୟରେ ଆରାମରେ ଯାତ୍ରା କରିବାକୁ ସକ୍ଷମ ହୋଇଥିଲେ | ଅନ୍ୟପଟେ ସାଧାରଣ ବସ୍ ପାଇଁ ଲଣ୍ଡନର ଛୋଟ ଛୋଟ ଗଳିକନ୍ଦି ଦେଇ ଯାତ୍ରା କରିବା ସହଜ ନଥିଲା | ତାହାର କିଛି ସମୟ ପରେ, ଅନ୍ୟନ୍ୟ କେତେକ କମ୍ପାନୀ ମଧ୍ୟ ଡବଲ୍ ଡେକର୍ ବସ୍ ଚଳାଇବା ଆରମ୍ଭ କଲେ |

 

Leave A Reply

Your email address will not be published.