Latest Odisha News

BREAKING NEWS

ସାମାନ୍ୟ କଥାରୁ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ମିରଟ୍: ଉତ୍ତରପ୍ରଦେଶର ମିରଟ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ସ୍ଥାନୀୟ ଅଞ୍ଚଳରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଭଉଣୀକୁ ହତ୍ୟା ପରେ ଭାଇ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଭାଇ।

ସୂଚନାନୁସାରେ, ମିରଟର ଗଙ୍ଗାନଗର ସ୍ଥିତ କୈଳାସ ବାଟିକାରେ ରହୁଥିବା ଭାଇ ଆଶିଷ କନଷ୍ଟକ୍ସନ ସହ ପ୍ରପର୍ଟି ଡିଲରର କାମ କରୁଥିଲା। ଆଶିଷ ଘରେ ଏକ କୁକୁର ପାଳିଥିଲା। ନିଜ ଭଉଣୀ ପାରୁଲକୁ କୁକୁରମାନଙ୍କ ପାଇଁ ରୁଟି କରିବାକୁ କହିଥିଲା ଆଶିଷ ମାତ୍ର ପାରୁଲ ଏହା କରିବାକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।

ଏହା ପରେ କିଛି ନବୁଝିଶୁଝି ଆଶିଷ ପାରୁଲଙ୍କ ମୁଣ୍ଡରେ ଏବଂ ଛାତି କୁ ଗୁଳି କରି ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ପାରୁଲଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁଳି ଶବ୍ଦ ଶୁଣି ମା ଏବଂ ଆଖପାଖର ଲୋକେ ସେଠାରେ ପହଞ୍ଚି ଝିଅ ମରି ପଡିଥିବାର ଦେଖିବାକୁ ପାଇଥିଲେ।

ତେବେ ଅଭିଯୁକ୍ତ ଆଶିଷ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ସୂଚନା ଦେଇଥିବା ବେଳେ ଗଙ୍ଗାନଗର ଏବଂ ଭାବନପୁର ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଶିଷକୁ ଗିରଫ କରିଛି।

Leave A Reply

Your email address will not be published.