Latest Odisha News

ବିଷ୍ଣୁ ସେଠୀଙ୍କ ଶ୍ରାଦ୍ଧ ଵାର୍ଷିକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଆଜି ପୂର୍ବତନ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବର୍ଷିକୀ । ଏହି ଅବସରରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭଦ୍ରକ ତିହିଡି କାଳୀ ପଡ଼ିଆରେ ସ୍ମୃତି ଚାରଣ ସଭାରେ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ଅତିଥି ପରିଚୟ କରିଥିଲେ ।

ଏହି ସ୍ମୃତି ଚାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସାଂସଦ ଅଭିମନ୍ୟୁ ସେଠୀଙ୍କ ସହ ବହୁ ନେତା ଯୋଗ ଦେଇ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରିବା ପରେ ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ଅତିଥି ମାନେ ବିଷ୍ଣୁ ସେଠୀଙ୍କ କବିତା ସଙ୍କଳନ “ନଈ ପାଣି ନଈକୁ ଯାଆ” ଉନ୍ମୋଚିତ କରିଛନ୍ତି । ବିଷ୍ଣୁ ସେଠୀ ସ୍ମୃତି ସଂସଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବିଷ୍ଣୁ ପ୍ରେମୀ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.