Latest Odisha News

BREAKING NEWS

ହିଞ୍ଜିଳି ଓ ଶେରଗଡର ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ଭୁବନେଶ୍ୱର: ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହି ଅବସରରେ ସେ ସମସ୍ତ ପ୍ରତିନିଧି ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡର ବିକାଶ ପାଇଁ ସେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ମାନେ ଯୋଗ ଦେବା ସହିତ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍‌ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

Leave A Reply

Your email address will not be published.