ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି । କେବଳ essential commodity ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ ବୋଲି ସେ କହିଛନ୍ତି ।
– ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବ।
-୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ।
– ଏହି ସମୟରେ କେବଳ ବସ୍, ଟ୍ରେନ୍ ଓ ବିମାନ ସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲ୍ସେଲ୍ ମଧ୍ୟ ଖୋଲା ରହିବ।
– ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ATM, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ODRAF, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ।
– ଉପରୋକ୍ତ ୫ ଗୋଟି ଜିଲ୍ଲା ଓ ୭ ଗୋଟି ସହରରେ ସାମାଜିକ ସୁରକ୍ଷା ପେନ୍ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ୟ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
– ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେକୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଡି ପାରିବେ।
– ଘରୋଇ କମ୍ପାନୀମାନଙ୍କୁ ୱାର୍କଫ୍ରମ ହୋମ୍ ବ୍ୟବସ୍ଥା ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏହା ନ କରନ୍ତି, ତେବେ ସେମାନଙ୍କର ବର୍ତ୍ତମାନର ବ୍ୟବସ୍ଥା ଚାଲୁ ରଖିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଆଣିବାକୁ ହେବ।
– କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଯାଇଛି ।
– ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି । ଏହାକୁ ଯଦି କିଏ ନମାନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
BREAKING NEWS
- Gavaskar, Kapil On Imran Khan Health: ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଲେ କପିଲ ଦେବ୍ ଏବଂ ଗାଭାସ୍କର…ପାକିସ୍ତାନ ସରକାରଙ୍କୁ ଲେଖିଲେ ୧୪ ପୂର୍ବତନ ଅଧିନାୟକ
- ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍ ଜୀବନବ୍ୟାପୀ ସାଧନା ପୁରସ୍କାର
- Trump’s BIG statement on Epstein: ଏପଷ୍ଟିନ୍ ଫାଇଲ ବିବାଦ: ମୁହଁ ଖୋଲିଲେ ରାଷ୍ଟ୍ରପତି ଟ୍ରମ୍ପ, କହିଲେ, ‘ମୋର କୌଣସି ସମ୍ପର୍କ ନାହିଁ…’
- ବିଗିଡିଲା ସଲମାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା
- ବିଦାୟୀ ଭାଷଣରେ ମହମ୍ମଦ ୟୁନୁସଙ୍କ ବିବାଦୀୟ ବୟାନ, ଶେଷ ଭାଷଣରେ ଓଗାଳିଲେ ବିଷ…’ସାତ ଭଉଣୀ’ ନେଇ କହିଲେ…
- ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ୧୩ ଶହ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ
- ଭାରତ ନିର୍ମାଣ କରିବ ଶକ୍ତିଶାଳୀ ହାମର କ୍ଷେପଣାସ୍ତ୍ର! ଫ୍ରାନ୍ସ ସହିତ ହେବ କି ଚୁକ୍ତି?
- Odisha Assembly Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କଲେ ବିରୋଧୀ କଂଗ୍ରେସ, ବିଜେଡି
- Assam Election Date: ଏହି ତାରିଖରେ ହୋଇପାରେ ଆସାମ ବିଧାନସଭା ନିର୍ବାଚନ; କଟିପାରେ ଅନେକ ବିଧାୟକଙ୍କ ଟିକେଟ୍
- ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ
Comments are closed.