ନୂଆଦିଲ୍ଲୀ: ବଢିବାରେ ଲାଗିଛି କରୋନା ସଙ୍କଟ । ପ୍ରତିଷେଧକ ଟୀକା ନବାହାରିବା ଯାଏଁ ଏହାକୁ ରୋକ୍ ଲଗାଇବା ଅସମ୍ଭବ । ଅନେକ ସ୍ଥାନରେ ସ୍ଥିତି ଅସମ୍ଭାଳ ହୋଇଗଲାଣି । ଶକ୍ତିଶାଳୀ ରାଷ୍ଟ୍ର ଗୁଡିକ ମଧ୍ୟ କରୋନାର କରାଳ ରୂପ ଆଗରର ଧରାଶାୟୀ ହୋଇଗଲେଣି । ସଭିଙ୍କ ମୁଁହରେ ଏବେ ଗୋଟିଏ ପ୍ରଶ୍ନ କେବେ ବାହାରିବ ଏହାର ଟୀକା?
ଟୀକା ଆବିଷ୍କାର ନେଇ ବଡ଼ବଡ଼ ବୈଜ୍ଞାନିକ ମାନେ ଦିନରାତି ଗବେଷଣା ଚଳାଇଛନ୍ତି। ପୂରା ବିଶ୍ୱରେ ପାଖାପାଖି ୧୦୦ ଲାବରେ କରୋନା ଭାଇରସର ଟୀକା ଉପରେ କାମ କରାଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ କେବଳ ୧୦ଟି କ୍ଲିନିକାଲ ଟ୍ରାଏଲ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।
ତେବେ ଏହା ମଧ୍ୟରେ ଆମେରିକାର ଫାର୍ମାଶ୍ୟୁଟିକଲ କମ୍ପାନୀ ପିଫିଜର ଦାବି କରିଛି ଯେ, ଏହି ବର୍ଷ ଅକ୍ଟୋବର ସୁଧା ଟୀକା ପ୍ରସ୍ତୁତ ହୋଇଯିବ ।
ପିଫିଜର ସିଇଓ ଅଲବର୍ଟ ବୁର୍ଲା ଜାତୀୟ ଗଣମାଧ୍ୟକୁ ଦେଇଥିବା ସୁଚନା ଅନୁସାରେ, “ଯଦି ସବୁ ଠିକାଠାକ୍ ଚାଲିବା ସହ ଭାଗ୍ୟର ସାଥ୍ ମିଳିଲା ତେବେ ଅକ୍ଟୋବର ଶେଷ ସୁଦ୍ଧା କରୋନା ଟୀକା ପ୍ରସ୍ତୁତ ହେବାରେ ସଫଳତା ମିଳିବ । ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଟୀକା ପାଇଁ ଆମେ ପ୍ରୟାସ କରୁଛୁ । ଏବଂ ପିଫିଜର ଜର୍ମାନୀର ଫର୍ମ ବାୟୋଣ୍ଟେକ୍ ସହ ୟୁରୋପ ଏବଂ ସଂଯୁକ୍ତ ରାଜ୍ୟ ଆମେରିକାରେ କେତେକ ସମ୍ଭାବୀତ ଟୀକାକୁ ନେଇ କାମ କରୁଛନ୍ତି” ।
ଏକ୍ସଜେନେକା ନାମକ ଏକ କମ୍ପାନୀର ପ୍ରମୁଖ ପାସ୍କଲ ସୋରିଏଟସ୍ କହିଛନ୍ତି ଯେ, ଆମର ଏହି ଟୀକାକୁ ନେଇ ବହୁତ ଲୋକଙ୍କ ଆଶା ରହିଛି । ଏକ୍ସଟ୍ରାଜେନେକା ଏହି ବର୍ଷ ଶେଷ ସୁଧା ଗୋଟିଏ କିମ୍ବା ଗୋଟିଏରୁ ଅଧିକା ଟୀକା ପ୍ରସ୍ତୁତ କରିବା ନେଇ ଦାବି ରଖିଛି ।
Comments are closed.