Latest Odisha News

BREAKING NEWS

ଭାରତ-ଚୀନ୍ ମଧ୍ୟରେ ୧୫ ଘଣ୍ଟାର ମାରାଥନ୍ ଆଲୋଚନା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ ବିଳମ୍ବିତ ରାତିରେ ଶେଷ ହୋଇଛି । ପାଖାପାଖି ୧୫ ଘଣ୍ଟା ଧରି ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା । ଇଷ୍ଟର୍ଣ୍ଣ ଲଦାଖର ଚୁସୁଲରେ ହୋଇଥିଲା ବୈଠକ ।

ଗତକାଲି ସକାଳ ସାଢ଼େ ୧୧ଟା ବେଳେ ବୈଠକ ଆରମ୍ଭ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ସରିଥିଲା । ଇଷ୍ଟର୍ଣ୍ଣ ଲଦାଖର ବିବାଦୀୟ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି ରଖିଛି ଭାରତ । ଉଭୟ ପକ୍ଷ ପୂର୍ବ ସ୍ଥାନରୁ ଫେରିଯିବା ନେଇ ସହମତି ହୋଇଥିବା ସୂଚନା ମିଳିଛି ।

ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଉତ୍ତେଜନା ବଢ଼ିଥିଲା । ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି ।

ଗଲଓ୍ୱାନ ଘାଟିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ତେବେ ପାଙ୍ଗଙ୍ଗ ସୁ ଅଞ୍ଚଳରୁ ସମ୍ପୂର୍ଣ୍ଣ ହଟି ନାହିଁ ଡ୍ରାଗନ୍ । ପୂର୍ବରୁ ଚୀନ୍ ସହ ତିନିଟି ପର୍ଯ୍ୟାୟରେ ଲେଫ୍ଟେନାଣ୍ଟ ଜେନେରାଲ୍ ସ୍ତରୀୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.