Latest Odisha News

BREAKING NEWS

ଏମିତି ଏକ ଦେଶ: ଯେଉଁଠି ଡ଼୍ରଗ୍ସ ରଖିବା ଆଇନଗତ, ତଥାପି ଏହା ଦୁନିଆର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ

ପର୍ତ୍ତୁଗାଲ : ପ୍ରତ୍ୟେକ ଦେଶରେ ବିଭିନ୍ନ ଅବକାରୀ ଜିନିଷ ଖୁଲମ୍‌ଖୁଲା ବିକ୍ରି କରାଯାଇ ନ ଥାଏ । ଏଥିଲାଗି ବହୁ କଟକଣା ମଧ୍ୟ ରହିଛି । କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି ଡ୍ରଗ୍ସ ରଖିବା ମଧ୍ୟ ଆଇନଗତ ଅଟେ । ତେଣୁ ଏହା ଦୁନିଆର ସବୁଠାରୁ ମଦ୍ୟପ ଦେଶ ଭାବେ ପରିଚିତ । ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଏହା ଦୁନିଆର ସବୁଠୁ ସୁରକ୍ଷିତ ଦେଶ ଭାବେ ମଧ୍ୟ ବିବେଚନା କରାଯାଏ ।

ଏହି ଦେଶର ନାମ ହେଉଛି ପର୍ତ୍ତୁଗାଲ । ଏହି ଦେଶ ଦୁନିଆର ଏକ ବିକଶିତ ଦେଶ । ଏଠାରେ ସାକ୍ଷରତା ହାର ମଧ୍ୟ ୯୭ ପ୍ରତିଶତ । ଏଠାରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବର୍ଷରେ ୫୨ ଲିଟର ମଦ୍ୟପାନ କରନ୍ତି । ଏହିପରି ଭାବେ ଦେଖିବାକୁ ଗଲେ ମୁଣ୍ଡପିଛା ମଦ୍ୟପାନ କରିବାରେ ଏହା ହେଉଛି ବିଶ୍ୱରେ ସର୍ବାଧିକ ।

ପର୍ତ୍ତୁଗାଲ ବିଶ୍ୱରେ ନିଜର ସାମ୍ରାଜ୍ୟ ପାଇଁ ପ୍ରସିଦ୍ଧ । ଏହା ବହୁତ ସୁନ୍ଦର ଦେଶ । ଏଠାରେ ଅପରାଧ ହାର ମଧ୍ୟ କମ୍ । ଘୃଣ୍ୟ ଅପରାଧରେ ସର୍ବାଧିକ ଦଣ୍ଡର ବ୍ୟବସ୍ଥା ହେଉଛି ମାତ୍ର ୨୫ ବର୍ଷ । ଏଭଳି ପରିସ୍ଥିତିରେ ଏଠାରେ ମୃତ୍ୟୁଦଣ୍ଡର କୌଣସି ବ୍ୟବସ୍ଥା ନାହିଁ । ଏହା ବୋଧହୁଏ ଦୁନିଆର ପ୍ରଥମ ଦେଶ ଯେଉଁଠାରେ ଆଇନଗତ ଭାବରେ ଡ୍ରଗ୍ସ ରଖିପାରିବେ ଲୋକେ । ପର୍ତ୍ତୁଗାଲ ହେଉଛି ପୁରାତନ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହା ଦୁନିଆର ସବୁଠାରୁ ଶାନ୍ତପୂର୍ଣ୍ଣ ଦେଶ ଭାବେ ବିବେଚନା କରାଯାଏ ।

୨୦୦୧ ମସିହାରେ ଏହି ନିୟମ ଲାଗୁ କରାଯାଇଥିଲା । ହିରାଇନ୍ ଭଳି ଡ଼୍ରଗ୍ସ ରଖିବା ମଧ୍ୟ ଅପରାଧରେ ଆସେ ନାହିଁ । ଆଜିର ଦିନରେ ପର୍ତ୍ତୁଗାଲ ୟୁରୋପୀୟ ୟୁନିୟନର ଏକ ଦେଶ ଯେଉଁଠାରେ ଡ୍ରଗ୍ସ ବ୍ୟବହାର ମାମଲା କମ୍ ଦେଖାଯାଏ । ପ୍ରତିବର୍ଷ ମୁଣ୍ଡପିଛା ମଦ୍ୟପାନରେ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ୪୬.୯ ଲିଟର ମଦ୍ୟପାନ କରନ୍ତି । ଇଟାଲୀ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ୪୬ ଲିଟର । ସ୍ୱିଜରଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ଅଛି । ଏଠାରେ ଲୋକମାନେ ହାରାହାରି ୩୫.୩ ଲିଟର ମଦ୍ୟପାନ କରନ୍ତି । ସେହିଭଳି ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ, ଜର୍ମାନୀ ଷଷ୍ଠ ସ୍ଥାନରେ ରହିଛି । ଏହି ପ୍ରସଙ୍ଗରେ ଦେଖିବାକୁ ଗଲେ ଭାରତ ବହୁତ କମ୍ ।

Comments are closed.