Latest Odisha News

BREAKING NEWS

ଦୀର୍ଘ ୬ ଘଣ୍ଟା ଧରି ପଡ଼ି ରହିଛି ବାପାର ମରଶରୀର, ଶବ ଦାହ କରୁନି ପୁଅ

ସୁବର୍ଣ୍ଣପୁର: ବାପା ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବୋଲି ଶବ ଦାହ କରୁନି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରାନାଲି ଗାଁରେ । ସୂଚନା ଅନୁସାରେ ଚିଙ୍ଗରାନାଲି ଗାଁର ବେଦ ପ୍ରଧାନ ଆଜି ସକାଳୁ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କ ମର ଶରୀରକୁ ଦାହ କରିବା ପାଇଁ କେହି ପାଖକୁ ଆସିନଥିଲେ। ତାଙ୍କ ପୂର୍ବ ସ୍ତ୍ରୀଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ ଥିଲେ ହେଁ ମର ଶରୀରକୁ ଦାହ କରିବା ପାଇଁ ସମସ୍ତେ ଅମଙ୍ଗ ।

ଦୀର୍ଘ ୬ ଘଣ୍ଟା ଧରି ମର ଶରୀର ଏବେ ଘରେ ପଡ଼ି ରହିଛି। ଗ୍ରାମବାସୀ ତାଙ୍କ ପୁଅକୁ ଖବର ଦେଇଥିଲେ ହେଁ ସେ ଶବ ଦାହ ପାଇଁ ନାରାଜ ଥିବା କହିଛନ୍ତି । ଏନେଇ ଗ୍ରାମବାସୀ ସୁବଳୟା ପୋଲିସକୁ ଖବର ଦେଇଛନ୍ତି । ତେବେ ଦୁଇଟି ପୁଅ ଥାଇ ଆଜି ଦିନରେ ଏଭଳି କୁସଂସ୍କାର ଗାଁ ମାନଙ୍କରେ ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.