Latest Odisha News

BREAKING NEWS

ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ

ବାତ୍ୟା ରୂପ ନେଲା ଗଭୀର ଅବପାତ

ଭୁବନେଶ୍ବର:  ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ  । ଆସନ୍ତା କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିବା ଅନୁସାରେ ବାତ୍ୟା ରୂପ ନେଇଛି ଗଭୀର ଅବପାତ । ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ସି-ତ୍ରାଙ୍ଗ  ।

ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ୨୫ ତାରିଖ ଭୋର୍ ସମୟରେ ତିନ୍‌କୋନା ଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ।  ବାଂଲାଦେଶର ବରିସାରଠାରୁ ଏହା ୭୪୦ କିଲୋମିଟର ଦୂରରେ ରହିଛି। ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ୨୫ ତାରିଖ ଭୋର୍ ସମୟରେ ତିନ୍‌କୋନା ଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ।

ବାତ୍ୟା ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଯାହା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ପ୍ରଭୃତି ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି । ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସିତ୍ରାଙ୍ଗ ପାଇଁ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Comments are closed.