ଭୁବନେଶ୍ୱର: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
କେସ୍ ନଂ-୬୧: ୬୧ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି । ସେ ୧୩ ମାର୍ଚ୍ଚରେ ଗାଡି ଭଡା କରି ଝାଡଖଣ୍ଡ ଯାଇଥିଲେ । ୭ ଏପ୍ରିଲରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ । ୧୩ ଏପ୍ରିଲରେ ପୁଣି ଥରେ ଜିଲ୍ଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ । ୧୪ ଏପ୍ରିଲରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡି ଭଡା କରି ଯାଇଥିଲେ । ୧୪ ଏପ୍ରିଲରୁ ୧୬ ଏପ୍ରିଲ ଯାଏଁ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ପରେ ସେହି ଦିନ ଏମ୍ସରେ ଭର୍ତ୍ତି ହେଲେ । ୧୮ ତାରିଖରେ ନମୂନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୨: ୬୨ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୭ ବର୍ଷୀୟ ବ୍ୟକ୍ତି । ସେ କୋଲକାତାରୁ ନିଜ ଘର ଭଦ୍ରକ ବାସୁଦେବପୁର ପଦ୍ମପୁର ଫେରିଥିଲେ । ୨୮ ମାର୍ଚ୍ଚରେ କୋଲକାତାରୁ ଗାଡି ଭଡା କରି ୩ ଜଣ ଯାତ୍ରୀଙ୍କ ସହ ସେ ବାସୁଦେବପୁର ଆସିଥିଲେ । ୨୮ରୁ ୧୪ ଏପ୍ରିଲ ଘରେ କ୍ୱାରେଣ୍ଟିନରେ ରହିଥିଲେ । ୧୯ ଏପ୍ରିଲରେ ନମୂନା ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ୨୦ ତାରିଖରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୩: ୬୩ ନମ୍ବର କରୋନା ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ । ସେ କୋଲକାତାରୁ ନିଜ ଘର ଭଦ୍ରକ ଜିଲ୍ଲା ବାସୁଦେବପୁରର ଖରିଡା ଗାଁକୁ ଫେରିଥିଲେ । ୯ ଏପ୍ରିଲରେ ସେ ଟ୍ରକରେ କୋଲକାତାରୁ ଫେରିଥିଲେ । ୯ରୁ ୧୪ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ୧୫ରୁ ୧୯ ସରକାରୀ ସଙ୍ଗରୋଧରେ ରହିବା ପରେ ୧୯ଏପ୍ରିଲରେ ତାଙ୍କ ନମୂନା ପଜିଟିଭ ଆସିଥିଲା ଆଉ ୨୦ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୪: ୬୪ ନମ୍ବର ଆକ୍ରାନ୍ତ ବ୍ୟକ୍ତି ଜଣକ କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଛନ୍ତି । ତାଙ୍କ ବୟସ ୫୫ ବର୍ଷ । ୨୯ ମାର୍ଚ୍ଚରେ ସେ କୋଲକାତାରୁ ଭଡା ଗାଡିରେ ଅନ୍ୟ ୭ ଜଣ ଯାତ୍ରୀଙ୍କ ସହ ଆସିଥିଲେ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ପରେ ୧୫ ଏପ୍ରିଲରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୯ରେ ନମୂନା ପଜିଟିଭ ବାହାରିଥିଲା । ୨୦ ଏପ୍ରିଲରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୫: ୬୫ ନମ୍ବର ଆକ୍ରାନ୍ତ ଜଣଙ୍କ ବୟସ ୬୬ ବର୍ଷ । ସେ ୨୮ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳକୁ । ୨୮ରୁ ୧୪ ଏପ୍ରିଲ ଘରେ କ୍ୱାରେଣ୍ଟିନରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ବାହାରିଥିଲା । ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୬: ୨୯ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ କୁଶଗଡିଆ ଅଞ୍ଚଳର ୪୮ ବର୍ଷୀୟ ଆକ୍ରାନ୍ତ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
BREAKING NEWS
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
- ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…
- UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
Comments are closed.