Latest Odisha News

BREAKING NEWS

ଆସିଲା ୨ ବର୍ଷର କୁନି ଝିଅର ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ କେମିତି ହେଲା କରୋନା

ଭୁବନେଶ୍ୱର: ସାମ୍ନାକୁ ଆସିଲା ୨ ବର୍ଷର କୁନି ଝିଅର ଯାତ୍ରା ବିବରଣୀ । ବାଲେଶ୍ୱରର ୨ ବର୍ଷ ଝିଅର ଗସ୍ତ ବିବରଣୀ ଦେଲେ ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ୨ ବର୍ଷର ଶିଶୁ କନ୍ୟା ବାଲେଶ୍ୱର ବରହମପୁର ରିଗିଡି ଅଞ୍ଚଳର । ୬ ତାରିଖରୁ ଆଜି ଯାଏଁ କୁନି ଝିଅ ଦେହରେ ଥଣ୍ଡା ଓ କାଶ ଥିଲା । ପରେ ବରହମପୁର ସିଏଚସିକୁ ୭ ଏପ୍ରିଲରୁ ୧୬ ଏପ୍ରିଲ ମଧ୍ୟରେ ଦୁଇ ଥର ଯାଇଥିଲେ ।

ତେବେ କରୋନା ଲକ୍ଷଣ ଥିବାରୁ ତାଙ୍କର ନମୂନା ସଂଗ୍ରହ କରାଯାଇଥିଲା । ଏପ୍ରିଲ ୧୯ରେ ଶିଶୁକନ୍ୟାର ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାକୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି ।

Leave A Reply

Your email address will not be published.