ଭୁବନେଶ୍ୱର: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
କେସ୍ ନଂ-୬୧: ୬୧ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି । ସେ ୧୩ ମାର୍ଚ୍ଚରେ ଗାଡି ଭଡା କରି ଝାଡଖଣ୍ଡ ଯାଇଥିଲେ । ୭ ଏପ୍ରିଲରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ । ୧୩ ଏପ୍ରିଲରେ ପୁଣି ଥରେ ଜିଲ୍ଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ । ୧୪ ଏପ୍ରିଲରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡି ଭଡା କରି ଯାଇଥିଲେ । ୧୪ ଏପ୍ରିଲରୁ ୧୬ ଏପ୍ରିଲ ଯାଏଁ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ପରେ ସେହି ଦିନ ଏମ୍ସରେ ଭର୍ତ୍ତି ହେଲେ । ୧୮ ତାରିଖରେ ନମୂନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୨: ୬୨ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୭ ବର୍ଷୀୟ ବ୍ୟକ୍ତି । ସେ କୋଲକାତାରୁ ନିଜ ଘର ଭଦ୍ରକ ବାସୁଦେବପୁର ପଦ୍ମପୁର ଫେରିଥିଲେ । ୨୮ ମାର୍ଚ୍ଚରେ କୋଲକାତାରୁ ଗାଡି ଭଡା କରି ୩ ଜଣ ଯାତ୍ରୀଙ୍କ ସହ ସେ ବାସୁଦେବପୁର ଆସିଥିଲେ । ୨୮ରୁ ୧୪ ଏପ୍ରିଲ ଘରେ କ୍ୱାରେଣ୍ଟିନରେ ରହିଥିଲେ । ୧୯ ଏପ୍ରିଲରେ ନମୂନା ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ୨୦ ତାରିଖରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୩: ୬୩ ନମ୍ବର କରୋନା ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ । ସେ କୋଲକାତାରୁ ନିଜ ଘର ଭଦ୍ରକ ଜିଲ୍ଲା ବାସୁଦେବପୁରର ଖରିଡା ଗାଁକୁ ଫେରିଥିଲେ । ୯ ଏପ୍ରିଲରେ ସେ ଟ୍ରକରେ କୋଲକାତାରୁ ଫେରିଥିଲେ । ୯ରୁ ୧୪ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ୧୫ରୁ ୧୯ ସରକାରୀ ସଙ୍ଗରୋଧରେ ରହିବା ପରେ ୧୯ଏପ୍ରିଲରେ ତାଙ୍କ ନମୂନା ପଜିଟିଭ ଆସିଥିଲା ଆଉ ୨୦ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୪: ୬୪ ନମ୍ବର ଆକ୍ରାନ୍ତ ବ୍ୟକ୍ତି ଜଣକ କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଛନ୍ତି । ତାଙ୍କ ବୟସ ୫୫ ବର୍ଷ । ୨୯ ମାର୍ଚ୍ଚରେ ସେ କୋଲକାତାରୁ ଭଡା ଗାଡିରେ ଅନ୍ୟ ୭ ଜଣ ଯାତ୍ରୀଙ୍କ ସହ ଆସିଥିଲେ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ପରେ ୧୫ ଏପ୍ରିଲରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୯ରେ ନମୂନା ପଜିଟିଭ ବାହାରିଥିଲା । ୨୦ ଏପ୍ରିଲରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୫: ୬୫ ନମ୍ବର ଆକ୍ରାନ୍ତ ଜଣଙ୍କ ବୟସ ୬୬ ବର୍ଷ । ସେ ୨୮ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳକୁ । ୨୮ରୁ ୧୪ ଏପ୍ରିଲ ଘରେ କ୍ୱାରେଣ୍ଟିନରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ବାହାରିଥିଲା । ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
କେସ୍ ନଂ-୬୬: ୨୯ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ କୁଶଗଡିଆ ଅଞ୍ଚଳର ୪୮ ବର୍ଷୀୟ ଆକ୍ରାନ୍ତ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.