Latest Odisha News

BREAKING NEWS

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ଏସପି, ଟ୍ୱିନ ସିଟି ଡିଏସପି ଏବଂ କଟକ ଓ ରାଉରକେଲା ରେଳବାଇ ଏସପିଙ୍କ ସହ ଭିଡିଓ କନଫରେନ୍ସିଂରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜଣେ ପୋଲିସ କର୍ମଚାରୀ ଓ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କି କାର୍ଯ୍ୟକ୍ରମ ଗ୍ରହଣ କରାଯିବ, ବର୍ତମାନର ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ଏଥିସହ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ , ନିଶାଦ୍ରବ୍ୟ ଚୋରାଚାଲାଣ, ଜିଲ୍ଲାପାଳମାନଙ୍କ ଦ୍ୱାରା ସରକାରୀ ଇ-ମାର୍କେଟ୍ ପଂଜୀକରଣ, ପୋଲିସ ପଦକ ପାଇଁ ମନୋନୟନ, ପୋଲିସ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ବର୍ତ୍ତମାନର ସ୍ଥିତି, ପୋଲିସ କର୍ମଚାରୀଙ୍କ ପାଇଁ ପୋଲିସ ଦ୍ୱାରା ପରିଚାଳିତ କୋଭିଡ କେୟାର ସେଂଟର ଓ କୋଭିଡ କେୟାର ହୋମ୍ , କର୍ମଚାରୀଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା ପ୍ରସଙ୍ଗରେ ମଧ୍ୟ ପୋଲିସ ମହାନିର୍ଦ୍ଦେଶକ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.