Latest Odisha News

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ବୁଧବାର(୨୯ ମାର୍ଚ୍ଚ) ଭାରତୀୟ ନିର୍ବାତନ କମିଶନ ଏହି ଘୋଷଣା କରିଛନ୍ତି।

ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ ଲଢ଼େଇ ହେବ। ଏଥିପାଇଁ ଆଜି ଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଛି। ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖରେ କଂଗ୍ରେସ ୧୨୪ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବରୁଣାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଥିଲା। ସେହିପରି ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବ କୁମାର କନକପୁରାରୁ ନିର୍ବାଚନ ଲଢ଼ିବା ସ୍ଥିର କରାଯାଇଛି।

ତେବେ ଏହି ନିର୍ବାଚନ ସିଦ୍ଧରମେୟାଙ୍କର ଶେଷ ନିର୍ବାଚନ ହେବ। ଏହାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଦ୍ଧରମେୟା କହିଛନ୍ତି।

କଂଗ୍ରେସ ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ଆମ ଆଦ୍‌ମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ୮୦ ଜଣ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। ଖୁବ୍‌ଶୀଘ୍ର ସମସ୍ତ ୨୨୪ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଆପ୍ କହିଥିଲା।

ସୂଚନା ଥାଉକି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୨୪ରେ ଶେଷ ହୋଇଛି। ପୂର୍ବଥର ୨୦୧୮ ମେ ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା।

Comments are closed.