ନୂଆଦିଲ୍ଲୀ: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମ ଭଙ୍ଗା ଯିବ । ୨୦୩୨ ଅଲିମ୍ପିକ୍ସ ପରେ ଏହାକୁ ଭାଙ୍ଗି ଦିଆଯିବ । ଏହା ବଦଳରେ କ୍ରିକେଟ ମ୍ୟାଚଗୁଡିକ ୬୦୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଭିକ୍ଟୋରିଆ ପାର୍କରେ ଏକ ଷ୍ଟାଡିୟମରେ ଖେଳାଯିବ । ଅଲିମ୍ପିକ୍ସକୁ ଆଖି ଆଗରେ ରଖାଯାଇ ଏହି ନୂତନ ଅତ୍ୟାଧୂନିକ ଷ୍ଟାଡିୟମ ନିର୍ମାଣ କରାଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ୨୦୩୨ରେ ମଧ୍ୟ କ୍ରିକେଟ ଅଲିମ୍ପିକ୍ସରେ ରହିବ । ଯଦି ଏହା ହୁଏ ତେବେ ଗାବାରେ ଶେଷ ଥର ପାଇଁ କ୍ରିକେଟ ମ୍ୟାଚ ଆୟୋଜିତ ହେବ ।
୧୯୩୧ରେ ଗାବାରେ ପ୍ରଥମ ଥର ପାଇଁ କ୍ରିକେଟ ମ୍ୟାଚ ଖେଳା ଯାଇଥିଲା । ଏଠାରେ ୬୭ଟି ପୁରୁଷ ଟେଷ୍ଟ ମ୍ୟାଚ ଏବଂ ୨ଟି ମହିଳା ଟେଷ୍ଟ ମ୍ୟାଚ ଖେଳାଯାଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ ଏଠାରେ ଖେଳା ଯାଇଥିଲା । ବର୍ଷା ଯୋଗୁ ଏହା ଡ୍ର ରହିଥିଲା । ଗାବା ଷ୍ଟାଡିୟମର ପୂର୍ନନିର୍ମାଣ ପ୍ରସ୍ତାବ ଗତ ସରକାର ଆଣିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।