Latest Odisha News

BREAKING NEWS

ଦେଶରେ ବିଭିନ୍ନ ରାଜ୍ୟକୁ ପଠାଯାଉଛି କୋଭାକ୍ସିନ୍ ଟିକା

ହାଇଦ୍ରାବାଦ: କୋଭିସିଲ୍ଡ ପରେ କୋଭାକ୍ସିନ । ଆଜି ଦେଶର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଛି ସ୍ୱଦେଶୀ ଟିକା କୋଭାକ୍ସିନର ପରିବହନ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ପଠାଯାଉଛି । ଆଜି ଦିଲ୍ଲା ସମେତ ଦେଶରେ ୧୦ଟି ସହରରୁ ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରିବହନ ଆରମ୍ଭ ହୋଇଛି । ଆସନ୍ତା ଶନିବାର ଆରମ୍ଭ ହେଉଥିବା ଟିକାକରଣ ଅଭିଯାନରେ ସେରମର କୋଭିସିଲ୍ଡ ସହ ସାମିଲ ହେବ କୋଭାକ୍ସିନ୍ ।

ଆଜି ସକାଳେ ପ୍ରଥମେ ମୋଟ୍ ୮୦.୫ କିଲୋ ଓଜନ ବିଶିଷ୍ଟ ତିନିଟି ପେଟିରେ କୋଭାକ୍ସିନ୍‌ ଟିକାକୁ ଏୟାର୍‌ ଇଣ୍ଡିଆର ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା । ଏହାସହ ବେଙ୍ଗାଲୁରୁ, ଚେନ୍ନାଇ, ପାଟନା, ଜୟପୁର, ଭୁବନେଶ୍ୱର, ଲକ୍ଷ୍ନୌ, ତେଲେଙ୍ଗାନା ଆଦି ସ୍ଥାନକୁ ମଧ୍ୟ ଏହି ଟିକା ପଠାଯାଇଛି ।

ଭାରତ ବାୟୋଟେକର ହାଇଦ୍ରାବାଦ କାରଖାନାରୁ ଟିକା ସିଧାସଳଖ ଏୟାରପୋର୍ଟରୁ ସଂପୃକ୍ତ ରାଜ୍ୟକୁ ପଠାଯାଉଛି । କେନ୍ଦ୍ର ସରକାର ୫୫ ଲକ୍ଷ ଡୋଜ୍‌ କୋଭାକ୍ସିନ୍‌ କିଣିବେ । ଡୋଜ୍‌ ପିଛା ୨୯୫ ଟଙ୍କା ହିସାବରେ ଭାରତ ବାୟୋଟେକ୍‌ ୩୮.୫ ଲକ୍ଷ ଡୋଜ୍‌ ଟିକା ଯୋଗାଇ ଦେବ ।

Leave A Reply

Your email address will not be published.