Latest Odisha News

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ସରକାର। ଆଜି ପଂଚାୟତିରାଜ ବିଭାଗ ସଚିବ ଦେଓରଂଜନ ସିଂ ଚିଠି ଲେଖି ଜିଲ୍ଲାପାଳ, ପିଡି ଓ ବିଡିଓଙ୍କୁ ଖର୍ଚ୍ଚ ହିସାବ ଦେବାକୁ କହିଛନ୍ତି । ଜୁନ୍ ୧୯ ସୁଦ୍ଧା ଖର୍ଚ୍ଚ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ ଚିଠିରେ ଦର୍ଶାଯାଇଛି ।

ରାଜ୍ୟରେ ପଂଚାୟତ ସ୍ତରରେ ୧୬୮୧୩ଟି ସଙ୍ଗରୋଧ କେନ୍ଦ୍ର ରହିଛି । ଯେଉଁଠି ପ୍ରବାସୀଙ୍କ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନର ରହିବା ବ୍ୟବସ୍ଥା ହୋଇଥିବା ବେଳେ ପରେ ଏହାକୁ ୨୧ ଦିନକୁ ବଢାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଗ୍ରାମାଂଚଳରେ ପ୍ରବାସୀଙ୍କ ବାଧ୍ୟତାମୂଳକ ସଙ୍ଗରୋଧକୁ ୭ ଦିନ କରାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପାଇଁ ଖାଦ୍ୟ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ସରକାର । ଏଥିସହ ସଙ୍ଗରୋଧ କେନ୍ଦ୍ରରୁ ଯିବା ବେଳେ ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦିଆଯାଉଛି ।

Comments are closed.