Latest Odisha News

BREAKING NEWS

ଭାରତରେ ଏକ ନମ୍ବର ଓଡିଶାର କିଟ୍ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗରେ ବିଶ୍ୱରେ ୬ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନ ଗ୍ରହଣ କରିଛି କିଟ୍‍ ବିଶ୍ବବିଦ୍ୟାଳୟ । ପ୍ରକାଶ ପାଇଯାଇଛି ଚଳିତ ବର୍ଷର ଟାଇମ୍‍ସ ହାଇଅର ଏଜୁକେସନ୍‍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ । ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଦାନ ଓ ଗବେଷଣା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍‍ ପ୍ରତିବର୍ଷ ଇମ୍ପାକ୍ଟ ବା ସାମାଜିକ ପ୍ରଭାବକୁ ନେଇ ମୂଲ୍ୟାଙ୍କନ କରିଥାଏ । ଜାତିସଂଘର ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ମାନଦଣ୍ଡକୁ ଭିତ୍ତି କରି ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ରାଙ୍କ ପ୍ରଦାନ କରାଯାଇଥାଏ ।

ତେବେ ସବୁଠୁ ଗର୍ବର କଥା ହେଉଛି ଚଳିତ ବର୍ଷ ରାଙ୍କିଙ୍ଗରେ ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟ ରିଡ଼୍ୟୁସିଂ ଇନ୍‍ଇକ୍ୱାଲିଟି ଅର୍ଥାତ୍ ଅସମାନତା ଦୂର କ୍ଷେତ୍ରରେ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ଏହାଛଡ଼ା ସମଗ୍ର ବିଶ୍ୱରେ ଶାନ୍ତି ଓ ନ୍ୟାୟରେ ମଧ୍ୟ କିଟ୍‍ ୭୧ ସ୍ଥାନରେ ରହିଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ବିଶ୍ୱରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ୫୫ତମ ସ୍ଥାନରେ ରହିଥିବା ବେଳେ ଭାରତରେ ୫ମ ସ୍ଥାନରେ ରହିଛି। ସହଭାଗିତା କ୍ଷେତ୍ରରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ୫ମ ସ୍ଥାନରେ ରହିଛି।

ଯାହାକୁ ନେଇ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ମଜୁଭୂତ ଅନୁଷ୍ଠାନ, ଅସମାନତା ହ୍ରାସ ତଥା ଲକ୍ଷ୍ୟ ହାସଲ ପାଇଁ ସହଭାଗିତା ଆଦି ମାନଦଣ୍ଡରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ସ୍ଥାନୀତ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି।

Leave A Reply

Your email address will not be published.