Latest Odisha News

BREAKING NEWS

ଭାଇରାଲ୍ ହେଉଛି କୁମ୍ଭମେଳାର ସାଟେଲାଇଟ୍ ଫଟୋଚିତ୍ର

ଆଲହ୍ଲାବାଦ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରାଯାଇଛି ।

ଇସ୍ରୋ ଅନୁଯାୟୀ, ଏହି ଫଟୋ ଜାନୁଆରୀ ୧୬ ତାରିଖରେ ଭାରତୀୟ ରିମୋଟ ସେସିଂଙ୍ଗ ସାଟେଲାଇଟ କାଟ୍ରୋସେଟ-୨ରୁ ନିଆଯାଇଛି।

ଏସମ୍ପର୍କରେ ଇସ୍ରୋ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଚିତ୍ରଟି ସେୟାର କରିଛି ।

ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ୨ଟି ଫଟୋରେ ପ୍ରସିଦ୍ଧ କୁମ୍ଭମେଳା ଓ ତାର ଆଖପାଖ ଅଞ୍ଚଳର ଚିତ୍ର ଦେଖାଯାଉଛି । ଏହି ଫଟୋରେ ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମ ତଥା ତ୍ରୀବେଣି ସଙ୍ଗମ ସ୍ପଷ୍ଟ ନଜର ଆସୁଛି। ଏଥିସହିତ ଆହ୍ଲାବାଦ କିଲ୍ଲା ଓ କୁମ୍ଭ ମେଳାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ମଧ୍ୟ ବିନ୍ଦୁ ଆକାରରେ ଏହି ଫଟୋଚିତ୍ରରେ ଦେଖିବାକୁ ମିଳୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.