ମଧ୍ୟପ୍ରଦେଶ: ବର୍ତ୍ତମାନ ପ୍ରଚାର ସର୍ବସ୍ୱ ଯୁଗରେ ସମସ୍ତେ ନିଜକୁ ଓ ନିଜର କାରିଗରିକୁ ପ୍ରଚାର କରିବାକୁ ପସନ୍ଦ କରିଥାନ୍ତି । ଭିନ୍ନ ଭିନ୍ନ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ । ନିକଟରେ ପାଳିତ ହୋଇଥିବା ରକ୍ଷା ବନ୍ଧନ ଉତ୍ସବରେ ପ୍ରାୟ ୧୦୦୦ ଫୁଟ୍ ଲମ୍ବା ରାକ୍ଷୀ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମଧ୍ୟପ୍ରଦେଶର ଜଣେ ସାମାଜିକ କର୍ମୀ । ଏହାସହିତ ଏହି ଉଦ୍ୟମରେ ସେ ବିଶ୍ୱ ରେକର୍ଡ଼ ମଧ୍ୟ ହାସଲ କରିଛନ୍ତି ।
ରକ୍ଷାବନ୍ଧନ ଉତ୍ସବ ଅବସରରେ ମଧ୍ୟପ୍ରଦେଶର ଭଣ୍ଡ ଜିଲ୍ଲାରେ ବିଶ୍ୱର ସର୍ବବୃହତ ରାକ୍ଷୀ ପ୍ରସ୍ତୁତ କରାଯାଇଥିଲା । ଏହି ରାକ୍ଷୀର ଲମ୍ବ ପ୍ରାୟ ୧୦୦୦ ଫୁଟ ଥିବା ବେଳେ ମୋଟେଇ ୨୫ ଫୁଟ । ଏହି ରାକ୍ଷୀ ଏବେ ଭଣ୍ଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ଜିଲ୍ଲାର ମେହେଗାଓଁରେ ରହୁଥିବା ବିଜେପି ନେତା ତଥା ଅଶୋକ ଭରଦ୍ୱାଜ ନାମକ ଜଣେ ସାମାଜିକ କର୍ମୀ ତିଆରି କରି ରେକର୍ଡ଼ କରିଛନ୍ତି । ତାଙ୍କ ଫାର୍ମ ହାଉସରେ ସେ ଏହାକୁ ତିଆରି କରିଥିଲେ । ଅଶୋକ ଭରଦ୍ୱାଜ କହିଛନ୍ତି ଯେ, ହଠାତ୍ ବସିଥିବା ବେଳେ ମନରେ ଏକ ଭାବନା ଆସିଲା, ରାକ୍ଷୀକୁ କିପରି ନିଆରା ଢଙ୍ଗରେ ପାଳନ କରିବି । ନିଷ୍ପତ୍ତି ନେଲି ସର୍ବ ବୃହତ ରାକ୍ଷୀ ପ୍ରସ୍ତୁତ କରିବି ଯେମିତି ତାହା ବିଶ୍ୱ ରେକର୍ଡ଼ ଭାଙ୍ଗିବ । ପରେ ମୁଁ ଅନୁସନ୍ଧାନ କରି ଜାଣିବାକୁ ପାଇଲି ଯେ, ୨୦ ଫୁଟ ଲମ୍ବା ରାକ୍ଷୀ ତିଆରି କରାଯାଇଥିଲା, ଯାହା ଗିନିଜ ବୁକ୍ ରେକର୍ଡ଼ କରିଛି । ତେଣୁ ମୁୁଁ ୧୦୦୦ ଫୁଟ ଲମ୍ବା ରାକ୍ଷୀ କରିବାକୁ ନିଷ୍ପତ୍ତି ନେଲୁ ।
ପରେ ଦୁନିଆର ସବୁଠୁ ବଡ ରାକ୍ଷୀ ପ୍ରସ୍ତୁତ କରାଗଲା । ରାକ୍ଷୀରେ ମୋତି, ଚୁମୁକି ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ଡିଜାଇନ୍ କରାଯାଇଥିଲା । ବିଶ୍ୱର ସବୁଠୁ ବଡ ରାକ୍ଷୀ ତିଆରି କରିି ଏକ ନୂତନ ଇତିହାସ ସୃଷ୍ଟି କରିଛି ।
Comments are closed.