Latest Odisha News

BREAKING NEWS

ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ଇତିହାସ ରଚିଲା ମ୍ୟାନ୍ ଇନ୍ ବ୍ଲ୍ୟୁ

ବୋଲାଣ୍ଡ ପାର୍କ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏକପାଖିଆ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମ୍ୟାଚକୁ କବଜା କରିବା ସହିତ ଦିନିକିଆ ସିରିଜ ନିଜ ନାଁରେ କରିଛି। ଭାରତ ଏହି ସିରିଜକୁ ୨-୧ରେ କବଜା କରିଛି। ଭାରତ ଏହି ମ୍ୟାଚକୁ ୭୮ ରନ ବ୍ୟବଧାନରେ ବିଜୟୀ ହୋଇଛି। ତେବେ ପୁଣି ଥରେ ଅର୍ଶଦୀପ ସିଂ ଜବରଦସ୍ତ ବୋଲିଂ କରିଛନ୍ତି। ଏଥର ମଧ୍ୟ ସେ ୪ଟି ୱିକେଟ୍ ନେଇଛନ୍ତି। ଅର୍ଶଦୀପଙ୍କ ବ୍ୟତୀତ ୱାଶିଂଟନ୍ ସୁନ୍ଦର ଏବଂ ଆବେଶ ଖାନ ମଧ୍ୟ ୨-୧ ୱିକେଟ୍ ନେଇଛନ୍ତି।

ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜିତିଥିଲା। ଏହା ପରେ ଦ୍ୱିତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିଲା, ବର୍ତ୍ତମାନ ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତ ଦକ୍ଷିଣ ଆଫ୍ରିକା ଯାଇ ଏକ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହାପୂର୍ବରୁ ୨୦୧୮ ମସିହାରେ ଭାରତ ଦକ୍ଷିଣ ଆଫ୍ରିକାରେ ଘରୋଇ ଟିମକୁ ୫-୧ ରେ ପରାସ୍ତ କରିଥିଲା। ସେହି ସମୟରେ ଅଧିନାୟକ ବିରାଟ କୋହଲି ଥିଲେ, ବର୍ତ୍ତମାନ ଭାରତ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଇତିହାସ ସୃଷ୍ଟି କରିଛି। ଏବେ ୫ ବର୍ଷ ପରେ ଭାରତ ପୁଣିଥରେ ଇତିହାସ ରଚିଛି । ଏହା ଭାରତ ପାଇଁ ଏକ ବଡ ବିଜୟ।

ଏହି ମ୍ୟାଚରେ ସମସ୍ତ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଗୋଟିଏ ପଟେ ସଞ୍ଜୁ ସାମସନ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି, ଅନ୍ୟ ପଟେ ତିଲକ ବର୍ମା କାହାଠାରୁ କମ୍ ନୁହଁନ୍ତି ଏବଂ ଅର୍ଦ୍ଧ ଶତକୀୟ ଇନିଂସ ଖେଳି ସମସ୍ତଙ୍କ ନଜରକୁ ଆସିଛନ୍ତି। ଏହା ବ୍ୟତୀତ, ଶେଷରେ ଯେତେବେଳେ ରନ୍ ବହୁତ ଆବଶ୍ୟକ ଥିଲା, ରିଙ୍କୁ ସିଂ ନିଜ ବ୍ୟାଟ୍ ସହିତ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଏବଂ ୩୮ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ।

Comments are closed.