Latest Odisha News

BREAKING NEWS

ଉନ୍ନୟନମୂଳକ କାମକୁ ବିରୋଧ କରି ପୁଣି ମାତିଲେ ମାଓବାଦୀ, ଶ୍ରମିକଙ୍କୁ ନିର୍ଧୁମ ପିଟିଲେ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଉନ୍ନୟନ ମୂଳକ କାମକୁ ବିରୋଧ କରି ଜେସିବି ପଡିବା ସହ ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ ।

ସୂଚନା ଅନୁସାରେ, ସୁକମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ମୁରୁଲିଗୁଡା ଗାଁରେ ୧୦ରୁ ୧୫ ଜଣ ଶସସ୍ତ୍ର ମାଓବାଦୀ ପିଏମଜେଏସୱାଇ କାର‌୍ୟ୍ୟକୁ ବିରୋଧ କରି ଗୋଟିଏ ଜେସିବି ପଡିବା ସହ ସେଠାରେ ଥିବା ଶ୍ରମିକ ମାନଙ୍କୁ ନିର୍ଧୁମ ପିଟିଛନ୍ତି । ଏହାସହ ସେଠାରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ନେଇ ସୂଚନା ଦେଇଛନ୍ତି ସୁକମା ଏସପି କେ.ଏଲ ଧ୍ରୁବ ।

Leave A Reply

Your email address will not be published.