Latest Odisha News

ରହସ୍ୟମୟ ମନ୍ଦିର: ଶିବ ଲିଙ୍ଗରେ କ୍ଷୀର ଢାଳିଲେ ବଦଳି ଯାଏ ରଙ୍ଗ

ଭୁବନେଶ୍ଵର: ଐତିହ୍ୟ, କଳା ଓ ଭାଷ୍କର୍ଯ୍ୟର ଦେଶ ହେଉଛି ଭାରତ । ଏଠାକାର ନଦୀ, ଝରଣା, ପାହାଡ, ମନ୍ଦିର ଆଦି ସବୁର ନିଜସ୍ଵ କାହାଣୀ । ନିଜ ନିଜର କାହାଣୀକୁ ନେଇ ଏସବୁ ପ୍ରସିଦ୍ଧ ଲାଭ କରିଛି । ସେହିପରି ଭାରତର କେରଳ ରାଜ୍ୟରେ ରହିଛି ଏପରି ଏକ ମନ୍ଦିର ଯାହାର ରହସ୍ୟ ସବୁଠାରୁ ଭିନ୍ନ । ଯାହାକୁ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

କେରଳର କୀଜାପେରୁମପଲ୍ଲମ ଗାଁରେ ଅଛି ନାଗନାଥସ୍ୱାମୀ ମନ୍ଦିର । ଯାହାକୁ କେତି ସ୍ଥଳ ମଧ୍ୟ କୁହାଯାଏ । କାବେରୀ ନଦୀ କୁଳରେ ଥିବା ଏହି ମନ୍ଦିର କେତୁ ଦେବଙ୍କୁ ସମର୍ପିତ ଅଟେ । ଏହି ମନ୍ଦିର ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ଶିବ । ଏହି ମନ୍ଦିରର ରହସ୍ୟ ହେତୁ ଏହା ଲୋକମାନଙ୍କ ମଧ୍ୟରେ ବହୁ ମାନ୍ୟତା ପାଇଥାଏ । ଯଦିଓ ଏହି ମନ୍ଦିର କେତୁ ପାଇଁ ଉତ୍ସର୍ଗୀକୃତ, ଏହି ମନ୍ଦିରର ମୁଖ୍ୟ ହେଉଛନ୍ତି ଭଗବାନ ଶିବ। ସେଥିପାଇଁ ଏହା ନାଗନାଥ ନାମରେ ମଧ୍ୟ ଜଣାଶୁଣା

ଏହି ମନ୍ଦିରରେ ଅନେକ ରହସ୍ୟ ଅଛି, ଯାହାକୁ ସାଧାରଣ ଲୋକ ତ ଛାଡ ବୈଜ୍ଞାନିକମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି  । ଲୋକମାନେ ବହୁ ଦୂରଦୁରନ୍ତରୁ ଆସି ଏହି ମନ୍ଦିରରେ ରାହୁ – କେତୁ ଉପରେ କ୍ଷୀର ଅର୍ପଣ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଯେଉଁମାନେ କେତୁ ଗ୍ରହର ତ୍ରୁଟିରେ ପୀଡିତ ସେମାନଙ୍କ କ୍ଷୀରର ରଙ୍ଗ ବଦଳିଯାଏ ବୋଲି କୁହାଯାଏ । କ୍ଷୀରର ରଙ୍ଗ ଧଳାରୁ ନୀଳ ପଡିଯାଏ । ତେବେ ଏଠାରେ କ୍ଷୀର ଢାଳିଲେ ରାହୁ ଓ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି । ଏହି ମନ୍ଦିରଟି ବହୁ ପୁରାତନ ଅଟେ । ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ ।

 

Comments are closed.