Latest Odisha News

ଦୁନିଆର ସବୁଠୁ ମହଙ୍ଗା ଚା’: ଦାମ ଜାଣିଲେ ଉଡ଼ିଯିବ ହୋସ୍

ଚୀନ୍‌: ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳିଥାଏ । ଭାରତରେ ଚା’ର ମୂଲ୍ୟ ସ୍ଥାନ ଅନୁଯାୟୀ ସ୍ଥିର କରାଯାଏ । ଯଦି ଆପଣ ଏକ ଷ୍ଟ୍ରିଟ ଷ୍ଟଲରୁ ଚା’ ପିଉଛନ୍ତି, ତେବେ ଏହାର ମୂଲ୍ୟ ୫ ରୁ ୧୦ ଟଙ୍କା ମଧ୍ୟରେ ହେବ । ଯଦି ଆପଣ ପଞ୍ଚ ତାରକା ହୋଟେଲରେ ସମାନ ଚା’ ପିଉଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୫୦୦ ରୁ ୧୦୦୦ ଟଙ୍କା ଦେବାକୁ ପଡିବ । ହେଲେ ମାର୍କେଟ୍‌ରେ ଏମିତି ବି ଚା’ ଅଛି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ତେଣୁ ଏହି ଚା ଦୁନିଆର ସବୁଠାରୁ ମହଙ୍ଗା ଚା’ ବୋଲି କୁହାଯାଏ ।

ଏହି ଚା’ ଚୀନ୍‌ରେ ପ୍ରସ୍ତୁତ । ଏହା ଚୀନ୍‌ର ଫୁଜିଆନ ପ୍ରଦେଶର ୱୁଇ ପର୍ବତରେ ଦେଖିବାକୁ ମିଳେ । ଶେଷ ଥର ପାଇଁ ଏହି ଚା’ ଅମଳ ୨୦୦୫ରେ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚା’ର ମୂଲ୍ୟ ୧ ମିଲିୟନ ଡଲାରରୁ ଅଧିକ । ଏହି ବିଶେଷ ଚା’ର ନାମ ହେଉଛି ଡା ହଙ୍ଗ ପାଓ । ଏହାର କିଛି ଗ୍ରାମର ମୂଲ୍ୟ ସୁନା ମୂଲ୍ୟଠାରୁ ଅନେକ ଗୁଣ ଅଧିକ ଥିଲା । ୨୦୦୨ରେ ମାତ୍ର ୨୦ ଗ୍ରାମ ଚା’ର ମୂଲ୍ୟ ୧୮୦,୦୦୦ ୟୁଆନ ବା ପ୍ରାୟ ୨୮,୦୦୦ ଡଲାର ଥିଲା । ଏହି ଚା’ ଏତେ ସ୍ୱତନ୍ତ୍ର ଯେ ୧୯୭୨ରେ ଚୀନ୍ ଗସ୍ତ ସମୟରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କୁ ଏହି ଚା’ର ୨୦୦ ଗ୍ରାମ ପ୍ୟାକେଟ ଉପହାର ଦିଆଯାଇଥିଲା ।

Comments are closed.